ରାଜ୍ୟ ସରକାରଙ୍କ ନୂଆ ଘୋଷଣା : ଏଣିକି ୧୦୮ କୁ ଫୋନ କଲେ ମିଳିପାରିବ private Ambulanceର ସେବା
1 min readଭୁବନେଶ୍ୱର : ଏଣିକି ଲୋକମାନଙ୍କୁ ଆଉ ସରକାରୀ ଆମ୍ବୁଲାନ୍ସକୁ ଅପେକ୍ଷା କରିବାକୁ ପଡିବନାହିଁ କିମ୍ବା ହଇରାନ ହେବାକୁ ମଧ୍ୟ ପଡିବ ନାହିଁ । ଏଣିକି ସବୁ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବରରେ କଲ କରିବାକୁ ପଡିବ । ଆଉ ଘରୋଇ ଆମ୍ବୁଲାନ୍ସ ପାଇଁ ଲୋକଙ୍କୁ ହଇରାଣ ହେବାକୁ ପଡିବ ନାହିଁ । ସରକାରୀ ଆମ୍ବୁଲାନ୍ସ ନ ମଳିଲେ ଘରୋଇ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବ ତାହା ପୁଣି କମ୍ ମୂଲ୍ୟରେ । ଘରୋଇ ଆମ୍ବୁଲାନ୍ସ ସଂସ୍ଥାଗୁଡିକ ଯେପରି ଶୋଷଣ କରୁଥିଲେ ତାହା ଆଉ ଦେଖିବାକୁ ମିଳିବ ନାହିଁ ।
ଏଥିପାଇଁ ରାଜ୍ୟ ସରକାର ଆମ୍ବୁଲାନ୍ସ ମ୍ୟାପିଂ କାର୍ୟ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥିରେ ରାଜ୍ୟର ପାୟ ୫ ହଜାର ଆମ୍ବୁଲାନ୍ସ ରହିଛି ।
ଆଉ ଲୋକେ ସରକାରୀ ତଥା ୧୦୮ ଆମ୍ବୁଲାନ୍ସ ପାଇଁ ଦିଆଯାଇଥିବା ନମ୍ବର ୧୦୮କୁ କଲ କରି ଉଭୟ ସରକାରୀ ଏବଂ ଘରୋଇ ଆମ୍ବୁଲାନ୍ସର ସୁବିଧା ପାଇପାରିବେ । ମିଳିଥିବା ସୂଚନା ମୁତାବକ ଉଭୟ ସରକାରୀ ଏବଂ ଘରୋଇ ଆମ୍ବୁଲାନ୍ସଗୁଡିକୁ ଗୋଟିଏ ସ୍ଥାନରୁ ନିୟନ୍ତ୍ରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁଏକ ଯୋଜନା ପ୍ରସ୍ତୁତ କରାଯାଇଛି । ହେଲେ ସରକାରଙ୍କ ଦ୍ୱାରର ଧାର୍ୟ୍ୟ ମୂଲ୍ୟ ଅନୁଯାୟୀ ଲୋକେ ଘରୋଇ ଆମ୍ବୁଲାନ୍ସି ଫିସ୍ ଦେବେ ନା ତାହା ସରକାର ଭରଣ କରିବେ ସେନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ । କିନ୍ତୁ ଖୁବଶୀଘ୍ର ରାଜ୍ୟ ସରକାର ଏନେଇ ଘୋଷଣା କରିବେ ବୋଲି ସୂଚନା ମିଳିଛି ।