Pratidin TV

Odisha's Digital News Platform

ପଶୁ ସଂପଦ ମନ୍ତ୍ରୀଙ୍କ ବଡ଼ ଘୋଷଣା , ରାଜ୍ୟରେ ତିଆରି ହେବ ୨ଶହ ଗୋଶାଳା..

1 min read

ରାଜ୍ୟରେ ଗୋମାତାଙ୍କ ସୁରକ୍ଷା ପାଇଁ ସରକାର ନିର୍ମାଣ କରିବେ ଦୁଇ ଶହ ଗୋଶାଳା। ଗୃହରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଗୋମାତାଙ୍କ ସୁରକ୍ଷା ପାଇଁ ୨ ଶହ ଗୋଶାଳା ହେବ। ଗୋଶାଳାକୁ ପ୍ରୋତ୍ସାହନ ପାଇଁ ସରକାର ଋଣ ଦେଉଛନ୍ତି। ୯୦% ଋଣ ଛାଡ଼ ବ୍ୟବସ୍ଥା ରହିଛି।

ଗୋଖାଦ୍ୟ ପାଇଁ ଦୈନିକ ୫୪ ଟଙ୍କା ମିଳିବ। ଏନେଇ ମନ୍ତ୍ରୀ କହିଛନ୍ତି, କୃତ୍ରିମ ପ୍ରଜନନ କରାଯାଇ ଦୁଗ୍ଧ ଉତ୍ପାଦନ ଅଧିକ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ଏଥିପାଇଁ ସରକାର ଜିଲ୍ଲାକୁ ୨ଟି ଲେଖାଏଁ ଗାଈ ଯୋଗାଇ ଦେବାକୁ ଯୋଜନା କରିଛନ୍ତି । ଯେଉଁମାନେ କି ଅଧିକ ମାତ୍ରାରେ କ୍ଷୀର ଦେଉଥିବେ । ଏହାସହିତ ମନ୍ତ୍ରୀ ଏହାବି କହିଛନ୍ତି ଯେ, ସରକାରଙ୍କ ଯୋଜନା ରହିଛି ଯେ, ୨୦୦ଟି ଗୋଶାଳା ନିର୍ମାଣ କରାଯିବ । ଏଥିସହିତ ଗୋଶାଳା କରିବାକୁ ସବୁ ବିଧାୟକଙ୍କୁ ଅନୁରୋଧ କରିଛନ୍ତି ମନ୍ତ୍ରୀ ।

Advertisement

Leave a Reply

Your email address will not be published. Required fields are marked *