ଓଡିଶାରେ ଚୋରା ବିଦେଶୀ ମଦ କାରବାର , ଅରୁଣାଚଳ ପ୍ରଦେଶରୁ ଲମ୍ବିଛି କଳା ବେପାର…..
1 min readବାଲେଶ୍ଵର ; ଅରୁଣାଚଳ ପ୍ରଦେଶରୁ ଚୋରା ବିଦେଶୀ ମଦ ବେପାରର ଚେର ବାଲେଶ୍ଵର ରେମୁଣା ଯାଏଁ ଲମ୍ବିଛି । ଚୋରାରେ ବିଦେଶୀ ମଦ କାରବାର। ଅଧିକ ଲାଭ ପାଇବା ପାଇଁ ବାହାର ରାଜ୍ୟରୁ ଚୋରାରେ ବିଦେଶୀ ମଦ ଆଣି ବିକୁଥିଲେ। ହେଲେ କାବୁ କରିନେଲେ କଟକ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ଟିମ।
ସୂଚନା ଅନୁଯାୟୀ ସୋମବାର ବାଲେଶ୍ଵର ରେମୁଣା ଥାନା ବାଳଗୋପାଳପୁର ଅଞ୍ଚଳରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୧୮୮ ଲିଟର ବିଦେଶୀ ମଦ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୮୮ ହଜାରରୁ ଅଧିକ ହେବ। ଦର୍ଶକ ବନ୍ଧୁ ଏ ଦୃଶ୍ୟକୁ ଟିକେ ଭଲ କରି ଦେଖନ୍ତୁ। ଏ ମଦଟି ଅରୁଣଚଳ ପ୍ରଦେଶ ବ୍ୟତିତ ଅନ୍ୟ କେଉଁଠି ବିକ୍ରି ହୋଇପାରିବନି ବୋଲି ଲେଖାଯାଇଛି। କିନ୍ତୁ ଏହା ଓଡିଶାରେ ବିକ୍ରି ହେଉଥିଲା। ଅଧିକ ଲାଭ ପାଇଁ ବେଆଇନ ଭାବରେ ରେମୁଣା ଥାନା ଅନ୍ତର୍ଗତ ବାଳଗୋପାଳ ଅଞ୍ଚଳର ପ୍ରଶାନ୍ତ ଜେନା ଓ ଗଜେନ୍ଦ୍ର ଜେନା ଆଣି ଚୋରାରେ ବିକୁଥିଲେ।
କୌଣସି ସୂତ୍ରରୁ ଖବର ପାଇ କଟକ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ଟିମ, ଜଳଶ୍ବର ଓ ବାଲେଶ୍ୱର ଅବକାରୀ ମୋବାଇଲ ଟିମ ସହାୟତାରେ ଆଜି ସକାଳ ସମୟରେ ଚଢାଉ କରିଥିଲା। ଦୁଇ ଅଭିଯୁକ୍ତ ବାଇକରେ ମଦ ଲୋଡିଂ କରୁଥିବାବେଳେ ସେମାନଙ୍କୁ ଗିରଫ କରାଯାଇଥିଲା।