୨ ବର୍ଷର ପୁଅକୁ ମାରି ନିଜେ ଆତ୍ମହତ୍ୟା କଲା ସାବତ ମା ! ପ୍ରକୃତ ସତ୍ୟା କଣ, ସତମିଛର ଚକ୍ରବ୍ୟୁହରେ ପୋଲିସ ..
1 min readକଟକ : କଟକ ଜିଲ୍ଲା ମଧୁପାଟଣା ଅଞ୍ଚଳରେ ଘଟିଛିଯାଇଛି ଚାଞ୍ଚଲ୍ୟକର ଘଟଣା । ଗୋଟିଏ ବନ୍ଧ ଘରୁ ମିଳିଛି ମା ଓ ୨ ବର୍ଷ ପୁଅର ମୃତ ଦେହ । ମାଁ ପଙ୍ଖାରେ ଲଟକିଥିବା ବେଳେ ୨ ବର୍ଷ ପୁଅର ମୃତ୍ୟୁ ଅତି ନିର୍ମମ ଭାବେ ହୋଇଛି । ଶିଶୁଟିର ତଣ୍ଟିକାଟି ହତ୍ୟା କରାଯାଇଛି ।ଘଟଣାସ୍ଥଳରେ ମଧୁପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ କଟକ ଜିିଲ୍ଲାର ଶ୍ରୀରାମ ନଗର ଅଞ୍ଚଳରେ ଘଟିଛି ଏଭଳି ହୃଦୟବିଦାରକ ଘଟଣା। ଆଜି ସକାଳୁ ମୃତ ମହିଳା ଜଣଙ୍କ କବାଟ ନଖୋଲିବାରୁ ପଡୋଶୀମାନେ ସନ୍ଦେହ କରିଥିଲେ । ଏହାପରେ ଘର କବାଟ ବାଡେଇଥିଲେ ମଧ୍ୟ ଭିତରପଟରୁ କେହି କବାଟ ଖୋଲନଥିଲେ କି କିଛି ଉତ୍ତର ମଧ୍ୟ ଦେଇନଥିଲେ । ଏନେଇ ସପୃକ୍ତ ପଡୋଶୀ ପୋଲିସ୍ କୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କବାଟ୍ ତାଡି ଭିତରକୁ ପଶିବାରୁ ଚାଞ୍ଚଲ୍ୟକର ଦୃଶ୍ୟ ଦେଖିଥିଲା ।ଖଟଉପରେ ୨ ବର୍ଷ ପୁଅ ରକ୍ତାକ୍ତ ଅବସ୍ଥାରେ ପଡିଥିବା ବେଳେ ତାର ତଣ୍ଟି କଟାଯାଇଥିଲା । ଏହାସହ ସେହି ରୁମ୍ରୁ ମହିଳା ଜଣଙ୍କ ଝୁଲୁଥିବାର ଦେଖିବାକୁ ମିଳିଥିଲା । ତେବେ ମୃତକ ମହିଳା ଜଣଙ୍କ ହେଉଛନ୍ତି ଶିଳ୍ପୀ ଖୁଣ୍ଟିଆ । ତାଙ୍କ ସ୍ବାମୀ ସନ୍ତୋଷ ଖୁଣ୍ଟିଆ।ଉଭୟ ସ୍ବାମୀ ସ୍ତ୍ରୀ ପେଶାରେ ଇଞ୍ଜିନିୟର।ମୃତ ୨ ବର୍ଷର ଶିଶୁ ସନ୍ତୋଷଙ୍କ ପ୍ରଥମ ସ୍ତ୍ରୀର ,ଶିଳ୍ପୀଙ୍କୁ ଦ୍ବିତୀୟ ବିବାହ କରିଥିଲେ ସନ୍ତୋଷ। କିନ୍ତୁ ବିବାହକୁ ୭ ମାସ ନପୁରୁଣୁ ଘଟିଗଲା ଏଭଳି ହୃଦୟବିଦାରକ ଘଟଣା ।
ଯେହେତୁ ଘରର କବାଟ୍ ଭିତର ପଟୁ ବନ୍ଧ ଥିଲା ପୋଲିସ ଅନୁମାନ କରିଛି ଯେ ସାବତ ମାଜଣଙ୍କ କୌଣସି କାରଣ ବସତ ପ୍ରଥମେ ଶିଶୁଟିକୁ ନିର୍ମମ ଭାବେ ହତ୍ୟା କରିଛି ଏବଂ ତାପରେ ନିଜେ ଫ୍ୟାନ୍ରେ ଝୁଲି ପଡିଛି । ତେବେ କେଉଁ ପରିସ୍ଥିତିରେ ଏଭଳି ଘଟିଛି ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ମଧୁପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପାରିପାର୍ଶ୍ୱିକ ସ୍ଥିତି ଦେଖିଲେ ଜଣାପଡୁଛି ପାରିବାରିକ ଅଶାନ୍ତି ହୋଇଥାଏପାରେ । ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ ସନ୍ତୋଷ ପ୍ରଥମେ ପ୍ରେମ ବିବାହ କରିଥିବା ବେଳେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପ୍ରସବ ପରେ ହିଁ ସନ୍ତୋଷଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ପିଲାଟିକୁ ତା’ ମାମୁଁ ଘର ଲୋକେ ନେଇ ଯାଇଥିଲେ। ମାତ୍ର ପରେ ସନ୍ତୋଷ ଦ୍ୱିତୀୟ ବିବାହ କରିଥିବା ବେଳେ ତାଙ୍କ ଦ୍ୱିତୀୟ ପତ୍ନୀ ପିଲାଟିର ସବୁ ଦାୟିତ୍ୱ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ପିଲାଟିକୁ ସେ ନିଜ ପାଖରେ ରଖିଥିଲେ। ମହିଳାଜଣକ ପିଲାଟିକୁ ଖୁବ୍ ଭଲ ପାଉଥିଲେ ବି ଉଭୟ ପତିପତ୍ନୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ପିଲାଟିକୁ କାଳେ କିଏ ଛଡ଼ାଇ ନେବ ବୋଲି ବି ତାଙ୍କର ସବୁବେଳେ ଡର ରହୁଥିଲା।
୨ ଦିନ ପୂର୍ବେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ସାଂଘାତିକ ଝଗଡ଼ା ହୋଇଥିଲା। ଏହାପରେ ବ୍ୟକ୍ତିଜଣକ ନିଜ ଘରକୁ ପଳାଇଥିବା ବେଳେ ଗତ ରାତିରେ ମହିଳାଜଣକ ଏପରି ପଦକ୍ଷେପ ଉଠାଇଛନ୍ତି ।
ଉଭୟଙ୍କ ପରିବାର ନିଜ ନିଜ ବିପକ୍ଷ ପଟକୁ ଦୋଷାରୋପ କରିଛନ୍ତି । ପୁଅର ଘରଲୋକଙ୍କ କହିବା ଅନୁଯାୟୀ ମହିଳା ଜଣଙ୍କ ସବୁବେଳେ ତାଙ୍କ ସ୍ୱାମୀ ସହ ଝଗଡା କରୁଥିଲେ । ନିଜ ବାପଘରକୁ ସବୁବେଳେ ପଳାଉଥିଲେ ।ଏହାସହ ସ୍ୱାମୀ ସନ୍ତୋଷ ସ୍ତ୍ରୀଠାରୁ ନିର୍ଯ୍ୟାତୀତ ହେବା ନେଇ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ । ଏଥିସହ ବିବାହ ବିଚ୍ଛେଦ କରିବାକୁ ମଧ୍ୟ ଚାହୁଁଥିଲେ। ମାତ୍ର ବିଚ୍ଛେଦ ହେଲେ ଛୁଆକୁ ମାରିବା ସହ ନିଜେ ମରିଯିବେ ବୋଲି ମହିଳାଜଣକ ଧମକ ଦେଇଥିବା ତାଙ୍କ ସ୍ୱାମୀ କହିଥିଲେ। ସନ୍ତୋଷ ଆଉ ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ଦୁହିଁଙ୍କ ମଧ୍ୟରେ ଝଗଡା ହୁଏ । ମହିଳା ଜଣଙ୍କ ରାଗରେ ଛୁଆକୁ ବାଡାନ୍ତି ।
ଏହାର ଅପରପକ୍ଷରେ ଝିଅ ଘର ଲୋକେ କହିଛନ୍ତି ଯେ ତାଙ୍କ ଝିଅକୁ ମାନସିକ ନିର୍ଯ୍ୟତନା ଦିଆଯାଉଥିଲା । ସନ୍ତୋଷ ସବୁବେଳେ ଝିଅ ସହ ଝଗଡା କରୁଥିଲେ । ପୁଅକୁ ଛଡଇନେବବୋଲି ମଧ୍ୟ ଧମକ ଦେଉଥିଲା । ଏଥିପାଇଁ ଆମ ଝିଅ ଆଜି ଏଭଳି ପଦକ୍ଷେପ ନେଇଛି ।
ବର୍ତ୍ତମାନ ପୋଲିସ ମଧ୍ୟ ଏଭଳି ସତ ମିଚର ଚକ୍ରବ୍ୟୁହରେ ଫଶିଯାଇଛି । କେଉଁଟା ଠିକ୍ କେଉଁଟା ଭୁଲ୍ ତାହା ସ୍ପଷ୍ଟ କରିପାରୁନି ପୋଲିସ । ଅଧିକ ତଦନ୍ତ ଲାଗି କଟକ ଡିସିପି ନିଜେ ସପୃକ୍ତ ଘଟଣାର ତଦନ୍ତ ହାତକୁ ନେଇଛନ୍ତି ।