Pratidin TV

Odisha's Digital News Platform

ନୃଶଂସ ବାପା ସାଜିଲା ପାଳିତ ଝିଅର ହତ୍ୟାକାରୀ ! ଟଙ୍କା ପାଇଁ ନେଇଗଲା ଜୀବନ…..

1 min read

ଜଗତସିଂହପୁର ; ଅର୍ଥ ଅନର୍ଥର କାରଣ । ଅର୍ଥ ପାଇଁ ଭାଇ ଭଗାରୀ ହେବା କଥା ଆମ ସମାଜରେ ନିତିଦିନିଆ ଘଟଣା ରେ ପରିଣତ ହେଲାଣି । ହେଲେ ଅର୍ଥ ପାଇଁ ବାପା ସାବତ ଝିଅ କୁ ନୃଶଂସ ଭାବେ ହତ୍ୟା କରିବା ଘଟଣା ସମସ୍ତ ଙ୍କୁ ଚକିତ କରୁଥିଲେ ମଧ୍ୟ୍ୟ ଘଟଣା ଟି ନିଚ୍ଛୁକ ସତ୍ୟ ।

ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଜଗତସିଂହପୁର ଜ଼ିଲ୍ଲା ସଦର ମହକୁମା ବଡ଼ବାଗ ମାର୍କଣ୍ଡପୁର ଗ୍ରାମରେ । ଏହି ଗ୍ରାମର ବାବୁଲି ବେହେରା ଙ୍କ ଦ୍ୱିତୀୟ ଝିଅ ସସ୍ମିତା ବେହେରା ରାଉଲକେଲା ଅଞ୍ଚଳ ର ଯୁବ ବ୍ୟବସାୟୀ ସନ୍ତୋଷ ବେହେରାକୁ ବୈଦିକ ରୀତିରେ ବିବାହ କରିଥିଲେ । ସନ୍ତୋଷ ଦୁଇଟି ସନ୍ତାନ ର ବାପା ହେବା ପରେ କିଛି ଦିନ ପରେ ସନ୍ତୋଷର ଦୃଘଟଣା ରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ କାଳୀନ ବେନିଫିଟ ସମସ୍ତ ଟଙ୍କା ସନ୍ତୋଷର ଝିଅ ଶୁଭସ୍ମିତା ଏବଂ ପୁଅ ସରୋଜଙ୍କ ନାମରେ ସସ୍ମିତା ବ୍ୟାଙ୍କ ରେ ଜମା କରିଥିଲେ ।

Advertisement

ପରବର୍ତୀ ସମୟରେ ମା ସସ୍ମିତା ବେହେରା ଭଦ୍ରକ ର ପପୁ ଜେନାଙ୍କୁ କୋର୍ଟ ମ୍ୟାରେଜ କରିଥିଲେ । ପପୁ ଜେନା ସ୍ତ୍ରୀ ସସ୍ମିତା ଏବଂ ପୂର୍ବ ରୁ ଜନ୍ମିତ ପୁଅ ସରୋଜ ଏବଂ ଝିଅ ଶୁଭସ୍ମିତା ବର୍ଷେ ହେବ ବାଙ୍ଗାଲୋରରେ ରହୁଥିଲେ । ହେଲେ ନୁର୍ଷସ ବାପା ପପୁ ଜେନା ଶନିବାର ପୂର୍ବାହ୍ନ ରେ ଯୋଜନା ବଦ୍ଧ ଭାବେ ପାଳିତ ଝିଅ ଶୁଭସ୍ମିତାକୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଛି ବୋଲି ଅଜା କାବୁଲି ବେହେରା ଏବଂ ପଡିଶା ଘର ଆତ୍ମୀୟ ସ୍ୱଜନ ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *