Pratidin TV

Odisha's Digital News Platform

ଏବେବି ୪୦ ଆଳୁ , କେବେ କମିବ ଦର ?

1 min read

ପଶ୍ଚିମବଙ୍ଗରୁ ଆଳୁ ଗାଡି ଫେରିଯିବା ପରେ ଓଡିଶାରେ ଆଳୁ ସଙ୍କଟ ଦେଖାଦେଇଥିଲା । ଖାଲି ଖାଉଟି ନୁହଁ ବରଂ ବେପାରୀ ମଧ୍ୟ ହଟହଟା ହୋଇଥିଲେ । ଦହିବରା,ଚାଟ୍ , ଗୁପଚୁପ୍ ପ୍ଲେଟରୁ ଉଭାନ୍ ହୋଇଯାଇଥିଲା ଆଳୁ । କିନ୍ତୁ ପରବର୍ତ୍ତୀ ସମୟରେ ସ୍ଥିତି ନିୟନ୍ତ୍ରଣ ଅଣାଯାଉଛି ବୋଲି କହିଥିଲେ ଯୋଗାଣ ମନ୍ତ୍ରୀ । ଆଳୁକୁ ବଜାରରେ ୩୨ ଟଙ୍କାରେ ବିକ୍ରି କରିବାକୁ ଘୋଷଣା ହୋଇଥିଲା । କିନ୍ତୁ ବତ୍ର୍ତ୍ରମାନ ସୁଦ୍ଧା ମଧୟ ଚଢା ଦର (୪୦)ରେ ବିକ୍ରି କରୁଛନ୍ତି ଦୋକାନି ।

ଏଭଳି ସ୍ଥିତିରେ ରାଜ୍ୟ ସରକାର ଏକ ଚରମ ନିଷ୍ପତ୍ତି ନେଇଛନ୍ତି । ଆଗକୁ ଆଳୁ ପଶ୍ଚିମବଙ୍ଗ ନୁହେଁ ବରଂ ଉତ୍ତରପ୍ରଦେଶରୁ ଆସିବ । ପଶ୍ଚିମବଙ୍ଗର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ରାଜ୍ୟସରକାର ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *