Pratidin TV

Odisha's Digital News Platform

ବଜାରରେ ବିକ୍ରି ହେଉଛି ଚୋରା ମୋବାଇଲ ଫୋନ , ଶସ୍ତାରେ କିଣି ହୁଅନ୍ତୁ ନାହିିଁ ଠକାମୀର ଶିକାର ।

1 min read

ଭୁବନେଶ୍ୱର ; ସାବଧାନ, ଶସ୍ତାରେ ମୋବାଇଲ କିଣି ଯାଇପାରନ୍ତି ଜେଲ । କାହାଠୁ ମୋବାଇଲ କିଣିବା ପୂର୍ବରୁ ୧୦୦ ଥର ଭାବନ୍ତୁ। ଦାମୀ ମୋବାଇଲକୁ କମ ଦାମରେ କିଣିବା ପଡିପାରେ ମହଙ୍ଗା। କାହିଁକି ନା ଆପଣ କିଣିଥିବା ମୋବାଇଲ ଚୋରୀ ମୋବାଇଲ । ଚୋର ମାନେ ମୋବାଇଲ ଚୋରୀ କରିବା ପରେ କମ ଦାମ୍ ରେ ବଜାରରେ ବିକ୍ରି କରିଦେଉଛନ୍ତି ।

ଚୋରୀ ମୋବାଇଲକୁ ବିକ୍ରି ପାଈଁ ଯାଉଥିବା ବେଳେ ଏଭଳି ଚୋରକୁ ମାଡ଼ି ବସିଲା ପୋଲିସ । ସହିଦ ନଗର ଲେବୁଲ କ୍ରସିଂ ପାଖରେ ମୋବାଇଲ୍ ବିକ୍ରି ପାଇଁ ଗ୍ରାହକ ଅପେକ୍ଷା ରେ ଥିଲା ଚୋର । ୧୫ ଟି ମୋବାଇଲ ସହ ଚୋର କୁ ବାନ୍ଦିଲା ପୋଲିସ ।

Advertisement

ମିଳିଥିବା ସୂଚନା ଅନୁଯାୟୀ ଚକେଇ ସିଆଣି କବି ନାୟକ ଦୀର୍ଘଦିନ ଦିନ ହେବ ମୋବାଇଲ ଚୋରୀ କରୁଥିବା ବିଭିନ୍ନ ଥାନାରେ ଅଭିଯୋଗ ହେଇଥିଲା । ଆଜି ସକାଳେ ମୋବାଇଲ ବିକ୍ରି ପାଇଁ କବି ସ୍ବାଇଁ ଆସିଥିବା ବେଳେ ସହିଦ ନଗର ପୋଲିସ ଗିରଫ କରିଥିଲା । ୧୫ ଟି ଚୋରୀ ମୋବାଇଲ ଯବଦ ହେଇଥିବା ବେଳେ ଅନ୍ୟ ଥାନା ମାନଙ୍କରେ ଅଭିଯୁକ୍ତ ନାରେ ଅଭିଯୋଗ ଥିବା ଜଣା ପଡ଼ିଛି। ବିଶେଷ କରି ଚୋରୀ ମୋବାଇଲର ସିକ୍ରେଟ୍ ଲକ କୁ ଚୋର କେମିତି ଫିଟାଉଛନ୍ତ୍ତି ସାଇବର ସେଲକୁ ଜଣେଇଛି ପୋଲିସ।

Leave a Reply

Your email address will not be published. Required fields are marked *