Pratidin TV

Odisha's Digital News Platform

ସବୁବେଳେ ଗ୍ୟାସ୍ ହୋଇ ଜଳୁଛି ପେଟ-ଛାତି , ଖାଆନ୍ତୁ ଗୋଟେ ଚାମଚ୍ ଦହି ।

1 min read

ଆପଣ ପ୍ରତ୍ୟକ ଦିନ ଛାତି ଜଳା ପୋଡା ଆଉ ପେଟର ମଧ୍ୟ ସମାନ ଅବସ୍ଥାରୁ ଚିନ୍ତାରେ ଅଛନ୍ତି କି ? ଯାହା ଖାଇଲେ ବି ଗ୍ୟାଷ୍ଟ୍ରିକ୍ ହୋଇଯାଉଛି । ତେବେ ଟଙ୍କା ଦେଇ ଔଷଧ ଖାଇବା ବଦଳରେ ସେହି ଟଙ୍କାରେ କିଣନ୍ତୁ ଦହି । ଆଉ ପ୍ରତ୍ୟକଦିନ ନିଜ ଖାଦ୍ୟରେ କରନ୍ତୁ ସାମିଲ ।

ଦହିରେ ଅନେକ ପ୍ରକାରର ପୋଷକ ଥାଏ । ଯେମିତି କ୍ୟାଲସିୟମ୍ ,ଭିଟାମିନ୍ ବି୨,ଭିଟାମିନ୍ ବି୧୨,ପୋଟାସିୟମ୍ ଏବଂ ମାଗ୍ନେସିୟମ୍ । ପ୍ରାୟତ ନ୍ୟୁଟ୍ରିସନ ମାନେ ଦହିକୁ ଖାଇବା ସହ କିମ୍ବା ମଧ୍ୟହ୍ନ ଭୋଜନ ପରେ ଖାଇବାକୁ ପରାମର୍ଶ ଦେଇଥାନ୍ତି । ଖାଇବା ପରେ ଦହି ଖାଇବା ଦ୍ୱାରା ପାଚନ ଶକ୍ତି ବଢିଥାଏ । ଆଉ ପେଟରେ ଭଲ ବ୍ୟାକ୍ଟେରିଆମାନଙ୍କ ସଂଖ୍ୟା ବଢିଥାଏ । ଫଳରେ ଖାଦ୍ୟ ଠିକରେ ହଜମ ହୋଇଯାଏ । ସବୁଠୁ ବଡ କଥା ଦହି ଖାଇବା ଦ୍ୱାରା ଏସିଡିଟି ସମସ୍ୟାରୁ ମୁକ୍ତି ମିଳିଥାଏ । ଶରୀର ଥଣ୍ଡା ରୁହେ । ଖାସକରି ଖରାଦିନେ ଦହି ମଣିଷ ଶରୀର ପାଇଁ ହିତକାର ହୋଇଥାଏ ।

Advertisement

ମଧ୍ୟ।ହ୍ନ ଭୋଜନରେ ଦହି ଖାଇବା ଦ୍ୱାରା ଏହା ଶରୀରରେ କୋର୍ଟିସୋଲ ଏବଂ ଷ୍ଟେରୟର୍ଡ ହର୍ମୋନ କମ କରିଥାଏ । ଯାହାଦ୍ୱାରା ମୋଟାପଣର ମୁକ୍ତି ମିଳିଥାଏ । ଦହି ଶରୀରରେ ଇମ୍ୟୁନିଟି ଯୋଗାଇଥାଏ । ଏହା ଶରିରରେ ବ୍ୟାକ୍ଟେରିଆ ସହ ଲଢିବାରେ ସାହାର୍ଯ୍ୟ କରିଥାଏ । ଦହିରେ ଥିବା ମାଗ୍ନେସିୟମ୍ ବ୍ଲଡ ପ୍ରେସର କମ୍ କରିବାରେ ସାହାର୍ଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *