Pratidin TV

Odisha's Digital News Platform

ଶ୍ରୀମନ୍ଧିର ସୁରକ୍ଷାରେ ଉଠିଲା ପ୍ରଶ୍ନବାଚୀ : ପୁଣି ବଡଦେଉଳରୁ ଖସିଲା ପଥର

1 min read

ପୁରୀ : ଶ୍ରୀମନ୍ଦିର ଚର୍ଚ୍ଚାଘରୁ ଖସିଛି ପଥର । ଜଗମୋହନ ବାହାର ପାଶ୍ୱର୍ ମାଜଣା ମଣ୍ଡପ ପାଖ ଚର୍ଚ୍ଚା ଘରୁ ପଥର ଖସିଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟା ସମୟରେ ଜେଟିପି ଚର୍ଚ୍ଚାଘର ବାହାର ପାଶ୍ୱରୁ ଆଉ ଏକ ପଥର ଖଣ୍ଡ ଖସିଛି । ଏହାପୂର୍ବରୁ ଗତ ରବିବାର ଦିନ ମଧ୍ୟ ଏକ ବଡଖଣ୍ଡ ପଥର ଖସିଥିଲା । ଏପରି ଅନେକ ଥର ହେଲାନି । ସେବାୟତଙ୍କ କହିବା ଅନୁ୍‌ଯାୟୀ ଏପରି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଏହାକୁ ଲୁଚାଇଦିଆଯାଉଛି । ଯାହା ଜଗନ୍ନାଥ ମନ୍ଧିରର ସୁରକ୍ଷା ଉପରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଏଥର ଖସିଥିବା ପଥରଟିର ଓଜନ ପ୍ରାୟ ୨ ରୁ ୩ କିଲୋ ହେବା ।ଏନେଇ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ କରାଯାଇଥିଲା । ସେମାନଙ୍କୁ ଏସବୁ ଘଟଣାପ୍ରତି ଖାମଖିଆଲିପଣ ଦେଖି ସେବାୟତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଅନ୍ୟପଟେ ଏଏସ୍ଆଇ ଅଧିକାରୀଙ୍କ କହିବା ଅନୁସାରେ, ଗତକାଲି ଯେଉଁ ସ୍ଥାନରେ ପଥର ଖସିଥିଲା, ସେହି ସ୍ଥାନରେ ବେଶୀ ମାଙ୍କଡ଼ ଡିଆଁଡିଇଁ କରିଥାନ୍ତି। ସେହି କାରଣରୁ ପଥର ଖସି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ହେଲେ ପ୍ରକୃତ କାରଣ ଏଯାଏଁ ଜଣାପଡ଼ିନାହିଁ।

Advertisement

ସେହିଭଳି ଅଗଷ୍ଟ ମାସରେ ଶ୍ରୀମନ୍ଦିର ଗର୍ଭଗୃହରୁ ପ୍ରାୟ ଦେଢ କିଲୋଗ୍ରାମ ଓଜନର ଏକ କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିଲା। ପ୍ଳାଷ୍ଟରଟିକୁ ବଡ ଠାକୁର ଶ୍ରୀ ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଥିଲା। ପ୍ଳାଷ୍ଟରଟି ଖସିବା ପରେ ଗୁଣ୍ଡ ହୋଇଯାଇଥିଲ। ହେଲେ ତାହା ଏପର‌୍ୟ୍ୟନ୍ତ ମରାମତି ହୋଇନାହିଁ। ଏବେ ପୁଣି ଶ୍ରୀମନ୍ଦିରରୁ ପଥର ଖସିବା ପରେ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନବେଚୀ ସୃଷ୍ଟି ହୋଇଛି। ଏନେଇ ସେବାୟତ ମହଲରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *