Pratidin TV

Odisha's Digital News Platform

ପଥର ମାଫିଆଙ୍କ ରାଜୁତି : ଦିନ ଦ୍ୱି-ପହରରେ ଗୋଡାଇ ଗୋଡାଇ ପିଟିଲେ ଆର୍‌ଆଇଙ୍କୁ

ଭୁବନେଶ୍ୱର : ନୀଳଗିରି ଅଞ୍ଚଳରେ ନିଜର ରାଜ୍ ଚଲାଇଛନ୍ତି ପଥର ମାଫିଆ ।ସୋମବାର ସଜନାଗଡ ଆର୍‌ଆଇ ସନ୍ତୋଷ କୁମାର ବେଆଇନ ପଥର ବ୍ଲାଷ୍ଟିଂ ଓ ପଥରର ଚୋରା ଚାଲାଣର ତଦନ୍ତରେ ନୀଲଗିରିର ବାଘମରା ଗାଁକୁ ଯାଇଥିଲେ । ସେଠାରେ ତଦନ୍ତ ପାଇଁ ପହଞ୍ଚି ଆର୍‌ଆଇ ସନ୍ତୋଷ ତଦନ୍ତ କରୁଥିବା ସମୟରେ ହଠାତ୍ ପଥର ମାଫିଆଙ୍କ ଦଳ ଅକ୍ରମଣ କରିଥିଲେ ତାଙ୍କ ଉପରେ ।

ଉପାୟଶୂନ୍ୟ ହୋଇ ସନ୍ତୋଷ ଦୈଡିବାକୁ ଲାଗିଥିଲେ ,କିନ୍ତୁ ଅଧିକବାଟ ଦୈଡିପାରିନଥିଲେ ସେ । ଏହାର ଫାଇଦା ଉଠାଇ ସନ୍ତୋଷଙ୍କ ଉପରକୁ ଏକତ୍ର ଆକ୍ରମଣ କରିଥିଲେ ପଥର ମାଫିଆ ।ଏହାପରେ ଦରମରା ଅବସ୍ଥାରେ ସନ୍ତୋଷଙ୍କୁ ସେଠାରେ ପକାଇ ଚାଲିଯାଇଥିଲେ ସ୍ତେବେ କିଛି ସ୍ଥାନୀୟ ବ୍ୟକ୍ତିଙ୍କ ସାହାଯ୍ୟରେ ସନ୍ତୋଷଙ୍କୁ ଗରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *