ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ, ୪ ଦିନ ପୂର୍ବରୁ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ..
1 min readକୋଲକାତା : ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍କୁ ପଥର ମାଡ । ୪ ଦିନ ପୂର୍ବରୁ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ପଶ୍ଚିମବଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଉପରକୁ ପଥର ମାଡ ଘଟଣଶ ସାମ୍ନାକୁ ଆସିଛି । ମାଲଦା ଜିଲ୍ଲାରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଉପରେ ପଥର ମାଡ କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ଟ୍ରେନ୍ କବାଟ ଓ ଝରକା ଭାଙ୍ଗି ଯାଇଛି ।
ହାୱାଡାକୁ ନ୍ୟୁ ଜଲପାଇଗୁଡ ସହ ଯୋଡିବା ପାଇଁ ଭାରତ ବନ୍ଦେ ଏକ୍ସପ୍ରେସ ଆରମ୍ଭ ହେବାର ୪ ଦିନ ପରେ ହିଁ ଏହା ଉପରେ ପଥର ମାଡ ହୋଇଛି । ପଥର ମାଡ ଯୋଗୁଁ ଟ୍ରେନ୍ର ଅନେକ କ୍ଷତିଗ୍ରସ୍ତ ହୋଇଛି । ପୁଲିସ ଏହି ଘଟଣାକୁ ନେଇ ଏକ ଅଜ୍ଞାତ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ବିଜେପି ନେତା ଅମିତ ମାଲବୀୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି ।
ଡିସେମ୍ବର ୩୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରା ବେନ୍ଙ୍କୁ ମୁଖାଅଗ୍ନୀ ଦେବା ପରେ ପଶ୍ଚିମବଙ୍ଗକୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଭେଟି ଦେଇଥିଲେ । ଜାନୁଆରୀ ୧ ତାରିଖରେ ବନ୍ଦେ ଭାରତ ଯାତ୍ରା ଆରମ୍ଭ କରିଥିଲା ।