Pratidin TV

Odisha's Digital News Platform

ପ୍ରବଳ ବର୍ଷା ଯୋଗୁଁ ଭୁଶୁଡିଲା ପଥର ଖଣି ଚାଲିଗଲା ୧୦ ଜୀବନ, ଅନେକ ନିଖୋଜ

ପ୍ରବଳ ବର୍ଷ ଯୋଗୁଁ ପଥର ଖଣିରେ ଭୟଙ୍କର ଦୁର୍ଘଟଣା ଘଟିଛି | ପଥର ଖଣିରେ ଭୂସ୍ଖଳନ ହୋଇ ୧0 ଜଣଙ୍କର ମୃତ୍ୟୁ ହୋଇଛି | ଏବଂ ଅନେକ ନିଖୋଜ ଅଛନ୍ତି | ତେବେ ଏହି ଦୁର୍ଘଟଣାଟି ମିଜୋରାମର ଆଇଜୱାଲ ଜିଲ୍ଲାର ଏକ ପଥର ଖଣିରେ ଘଟିଛି |

ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ସକାଳୁ ପ୍ରବଳ ବର୍ଷ ଲାଗି ରହିଥିଲା | ଯାହାପରେ ଏପରି ଦୁର୍ଘଟଣା ଘଟିଥିଲା | ଡିଜିପି ଅନିଲ ଶୁକ୍ଲା କହିଛନ୍ତି ଯେ, ୧0 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ କେତେ ଲୋକ ସେହି ତଳେ ଫସିରହିଛନ୍ତି | ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ଅତ୍ୟଧିକ ବର୍ଷା ହେବା କାରଣରୁ ଉଦ୍ଧର କାର୍ଯ୍ୟରେଟିକେ ବାଧା ଦେଖା ଦେଉଛି | କିନ୍ତୁ ଉଦ୍ଧାର କାର୍ଯ୍ୟ ଚାଲିଛି |

ଅଧିକାରୀଙ୍କ କହିବାନୁସାରେ ଅତ୍ୟଧିକ ବର୍ଷ ହେତୁ ରାଜ୍ୟର ଅନେକ ସ୍ଥାନରେ ମଧ୍ୟ ଭୂସ୍ଖଳନ ଘଟିଛି | ତେବେ ରେମାଲ ପ୍ରଭାବରେ ଏପରି ଦୁର୍ଘଟଣା ଘଟିଛି | ତେବେ ମାଟି ତଳେ ଫସି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛଇ | ସ୍ଥାନୀୟ ଲୋକଙ୍କ କହିବାନୁସାରେ ମୃତ୍ୟୁବରଣ କରିଥିବା ୧0 ଜଣଙ୍କୁ ମଧ୍ୟରେ ୭ ଜଣ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ୩ ଜଣ ରାଜ୍ୟ ବାହାରର ବୋଲି କହିଥିଲେ |

Leave a Reply

Your email address will not be published. Required fields are marked *