Pratidin TV

Odisha's Digital News Platform

ଆଶ୍ଚର୍ଯ୍ୟ ବିଜ୍ଞାନ ! ଏଇଠି ଆପେ ଆପେ ଚାଲୁଛି ପଥର …

1 min read

ଆପଣ କେବେ ପଥର ଚାଲୁଥିବାର ଦେଖିଛନ୍ତି କି? ଏ ପ୍ରଶ୍ନ ଶୁଣିବା ପରେ ଆପଣ ଭାବିବେ ଯେ ଏହା ଏକ ଅର୍ଥହୀନ ପ୍ରଶ୍ନ କାରଣ ପଥର କେମିତି ଚାଲିବ ତା ଦେହରେ କଣ ଜୀବନ ଅଛି । ଯେଉଁ ଜିନିଷର ଜୀବନ ନାହିଁ, ଯାହା କେବଳ ଏକ ବସ୍ତୁ, ସେ କିପରି ଗତି କରିପାରିବ? ହେଲେ ଆପଣଙ୍କୁ ଏହା ବିଶ୍ୱାସ ନହେଲେ ମଧ୍ୟ ଏହା ସତ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଆଜି ଯାଏ ରହସ୍‌ଯବିଷୟରେ କେହି ବି ଜାଣିନାହାନ୍ତି । ଏହି ରହସ୍ୟର ନାଁ ହେଉଛି ଡେଥ୍ ଭ୍ୟାଲି । କାହିଁକି ଏହାକୁ ନେଇ ହେଉଛି ଚର୍ଚ୍ଚା, ଆସନ୍ତୁ ଜାଣିବା ଚାଲୁଥିବା ପଥରର ପୂରା ତଥ୍ୟ । ଆମେରିକାର କାଲିଫର୍ଣ୍ଣିଆରେ ରହିଛି ଏହି ଉପତ୍ୟାକା । ଏହି ଉପତ୍ୟାକା ବିଷୟରେ କୁହାଯାଏ ଯେ, ଏଠାରେ ପଥର ଆପେ ଆପେ ଚାଲି ଚାଲି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇଥାଏ । ଆଶ୍ଚର୍ଯ୍ୟ ହୋଇଗଲେ ନା । ହୁଏତ ଆପଣଙ୍କୁ ଏହା ବିଶ୍ୱାସ ନଲାଗିପାରେ, କିନ୍ତୁ ଏହି ଘଟଣାର ପ୍ରମାଣ ବି ରହିଛି । ଯେତେବେଳେ ପଥର ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଘୋଷାଡି ହୋଇ ଯାଇଥାଏ, ସେତେବେଳେ ପଥରଟି ନିଜ ଚିହ୍ନ ଛାଡିଯାଏ । ମରୁଭୂମିରେ ଗାଡିଟିଏ ଗଲେ, ଯେମିତି ଗାଡିର ଚକା ଚିହ୍ନ ରହିଥାଏ, ଏହି ପଥରର ଚିହ୍ନ ଠିକ ସେମିତି ରହିଥାଏ ।

ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେମିତି ଏଠାରେ ପଥର ଗୁଡିକ ଆପେ ଆପେ ଚାଲୁଛି, ଏହାକୁ ନେଇ ଅନେକ ରିସର୍ଚ୍ଚ ମଧ୍ୟ କରାଗଲାଣି । ହେଲେ ଆଜିଯାଏଁ ବୈଜ୍ଞାନିକମାନଙ୍କ ପାଇଁ ଏହି ସ୍ଥାନ ସେମିତି ରହସ୍ୟମୟ ହୋଇ ରହିଛି । କାଲିଫର୍ଣ୍ଣିଆର ଦକ୍ଷିଣ-ପୂର୍ବରେ ଥିବା ନେବାଦା ରାଜ୍ୟ ପାଖରେ ଏହି ଉପତ୍ୟାକା ରହିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ୨୨୫ କିଲୋମିଟର ପରିମିତ ଅଂଚଳରେ ଏହି ସ୍ଥାନଟି ରହିଛି ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସ୍ଥାନରେ ପଥର ଚାଲିବାର ଆଜି ଯାଏଁ କେହି ବି ଦେଖିନାହାନ୍ତି । କିନ୍ତୁ ଏଠାରେ ପଥରର ସ୍ଥାନ ପରିବର୍ତନ ହୋଇଥାଏ । ଅର୍ଥାତ ପଥରଟି ଯଦି ଆଜି ଗୋଟିଏ ସ୍ଥାନରେ ଅଛି, କାଲି ତାହା ଅନ୍ୟ ଏକ ସ୍ଥାନରେ ରହିଥାଏ । ଏବଂ ପଥରଟି ଘୋଷାଡି ହୋଇଯିବାର ଚିହ୍ନ ମଧ୍ୟ ରହିଥାଏ ।

ତେବେ ୧୯୭୨ରେ ଏହି ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଚେଷ୍ଟା କରାଯାଇଥିଲା । ବୈଜ୍ଞାନିକଙ୍କ ଏକ ଟିମ୍ ଏହି ସ୍ଥାନକୁ ମଧ୍ୟ ଯାଇଥିଲେ । ଏବଂ ୭ ବର୍ଷା ଧରି ଏହି ପଥରକୁ ନେଇ ସେମାନେ ଗବେଷଣା କରିଥିଲେ । ଏହାରି ଭିତରେ ୩୧୭ କିଲୋଗ୍ରାମ ଓଜନ ବିଶିଷ୍ଟ ଏକ ପଥର ଉପରେ ବିଶେଷ ଅଧ୍ୟୟନ କରାଯାଇଥିଲା । ସେତେବେଳେ ପଥରଟି ହଲିନଥିଲା । କିନ୍ତୁ କିଛି ବର୍ଷା ପରେ, ଯେତେବେଳେ ବୈଜ୍ଞାନିକମାନେ ପୁଣି ସେହି ପଥରର ସନ୍ଧାନ କରିଥିଲେ, ସେତେବେଳେ ଏହା ୧ କିଲୋମିଟର ଦୂରରୁ ମିଳିଥିଲା । ଯାହା ବୈଜ୍ଞାନିକମାନଙ୍କୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିଥିଲା । ତେବେ ଦେଶବିଦେଶରୁ ଅନେକ ପର୍ଯ୍ୟଟକ, ଏହି ସ୍ଥାନକୁ ବୁଲିବା ପାଇଁ ମଧ୍ୟ ଆସନ୍ତି ।

Leave a Reply

Your email address will not be published. Required fields are marked *