Pratidin TV

Odisha's Digital News Platform

ମାଡି ଆସୁଛି ବାତ୍ୟା `ଦାନା’,୯ ଜିଲ୍ଲା ପାଇଁ ୯ ମନ୍ତ୍ରୀଙ୍କୁ ଦିଆଗଲା ଗୁରୁ ଦାୟିତ୍ୱ 

1 min read

ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ରାତାରାତି ମନ୍ତ୍ରୀ ମାନଙ୍କୁ ଦାୟିତ୍ୱ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ୯ ଜିଲ୍ଲାରେ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା କରାଯାଉଛି । ଏହାପୂର୍ବରୁ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି କ୍ରମରେ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ମିଳିଛି । ମନ୍ତ୍ରୀ ରବି ନାୟକଙ୍କୁ ବାଲେଶ୍ୱର ଜିଲ୍ଲା ଦାୟିତ୍ୱ ମିଳିଛି । ସେହିପରି ଭଦ୍ରକ ଦାୟିତ୍ୱରେ ଅଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଛନ୍ଦ୍ର ମହାପାତ୍ରଙ୍କୁ ମୟୂରଭଞ୍ଜ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ପୁରୀ ଦାୟିତ୍ୱ ନିଜେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନେଇଛନ୍ତି । ସେହିଭଳି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କେନ୍ଦ୍ରାପଡା ଦାୟିତ୍ୱ ନେଇଛନ୍ତି । ବ୍ୟବସାୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କୁ ଗଞ୍ଜାମ ଦାୟିତ୍ୱ ମିଳିଛି । ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ କେନ୍ଦୁଝର ଦାୟିତ୍ୱ ମିଳିଛି । କଟକ ଦାୟିତ୍ୱ ନେଇଛନ୍ତି ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

୬ ଆଇଏସ ଅଫିସରଙ୍କୁ ମଧ୍ୟ ୬ ଜିଲ୍ଲାରେ ଦାୟିତ୍ୱ ଦିଆଯାଇଛି | ଆଇଏସ ତ୍ରିଲୋଚନ ମାଝୀଙ୍କୁ ଭଦ୍ରକ ବାଲେଶ୍ୱର ଦାୟିତ୍ୱ ବଳବନ୍ତ ସିଂ ଙ୍କୁ ପୁରୀ, ଭିନୀତ ଭରଧ୍ବଜଙ୍କୁ ମୟୁରଭଞ୍ଜ, ୟାମୀନ ଷଡ଼ଙ୍ଗୀଙ୍କୁ ଜଗତସିଂପୁର, ସମର୍ଥ ବର୍ମାଙ୍କୁ କେନ୍ଦ୍ରାପଡା ଦାୟିତ୍ୱ ମିଳିଥିବା ବେଳେ ଏହି ୬ ଜଣ ଅଫିସର ସଂପୃକ୍ତ ଜିଲ୍ଲାରେ ଉଦ୍ଧାର, ରିଲିଫ କାର୍ଯ୍ୟ ତଦାରଖ କରିବେ |

Advertisement

Leave a Reply

Your email address will not be published. Required fields are marked *