Pratidin TV

Odisha's Digital News Platform

ମାଟତଳୁ ଜୀବନ ଖୋଜିବାକୁ ଓଡ଼ିଶାରୁ ୱାୟନାଡ ଗଲା ‘ଷ୍ଟର୍ମ’ ..

ପାହାଡ ପାଦଦେଶରେ ମୃତ୍ୟୁର ତାଣ୍ଡବ ପରେ ଜୀବନ ସତ୍ତା ନୁହେଁ ମାଟିତଳୁ ମିଳୁଛି କୁଢ କୁଢ ମୃତଦେହ । ସେନା ସହିତ ମିଶି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଏନଡିଆରଏଫ୍, କେରଳ ପୋଲିସ, ବିଭିନ୍ନ ସ୍ବଚ୍ଛାସେବୀ ସଂଗଠନ । ଏହି ବିଭିଷୀକାରେ ମୃତ୍ୟୁ ସଂଖ୍ୟା 358 ପାର ହୋଇଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ଆଉ ଆଖରେ ଦେଖି ହଉନି । ଏହାରି ମଧ୍ୟରେ ଏକ ଏମିତି ଖବର ଆସିଛି କି ମାଟିତଳୁ ଜୀବନ ଖୋଜିବାକୁ ଓଡିଶାରୁ  ୱାୟନାଡ ଗଲା ବ୍ରହ୍ମପୁର ପୁଲିସର ସନ୍ଧାନୀ କୁକୁର ଷ୍ଟର୍ମ ।ତା’ ସହିତ ୪ ଜଣ ଅଧିକାରୀ ମଧ୍ୟ ସେଠାକୁ ଯାଇଥିବା ସୂଚନା ମିଳିଛି ।  ସେମାନେ ରେଳ ଯୋଗ ସେଠାକୁ ଯାଇଛନ୍ତି । ଭୂସ୍ଖଳନକୁ ଛଅ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସରିନି ମାଟି ଓ ପଥର ତଳୁ ଜୀବନ ଖୋଜା। ଅହରହ ଚାଲିଛି ଉଦ୍ଧାର କାର୍ଯ୍ୟ ।

ଡିପ୍ ସର୍ଚ୍ଚ ରାଡାର ଯୋଗେ ସର୍ଚ୍ଚ ଅପରେସନ୍ ବି ଚାଲିଛି। ଏହି ରାଡାର ଭୂପୃଷ୍ଠରୁ ୮୦ ମିଟର ଗଭୀରତା ଯାଏ ମଣିଷ ଫସିଥିବା ନେଇ ସନ୍ଧାନ କରିପାରେ। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ସହ ପୁନରୁଦ୍ଧାର କାମ ଚାଲିଛି। ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଦୁର୍ଗମ ଅଞ୍ଚଳରୁ ଚାଲିଛି ଏୟାରଲିଫ୍ଟ। ପ୍ରଭାବିତ ଅଞ୍ଚଳରେ ୧୩ ଶହରୁ ଅଧିକ ଲୋକ ରେସକ୍ୟୁ ଅପରେସନରେ ଲାଗିଛନ୍ତି। ଭୂସ୍ଖଳନ ମହାବିପର୍ଯ୍ୟୟରେ ଛାରଖାର ହୋଇଯାଇଛି ୱାୟନାଡ୍‌ର ଚୁରଲମାଲା, ମୁଣ୍ଡାକାଇ ଓ ପୁଞ୍ଚୁରି ମାଟମ୍। ଏହି ସବୁ ସ୍ଥାନ ଧ୍ୱଂସସ୍ତୁପ ପାଲଟି ଯାଇଛି। ଭୂସ୍ଖଳନରେ ସବୁଠୁ ବେଶି ପ୍ରଭାବିତ ହୋଇଛି ମେପ୍ପାଡି ପାହାଡ଼ ନିକଟରେ ଥିବା ମୁଣ୍ଡାକାଇ ଗାଁ। ସେହିପରି ପୁଞ୍ଚୁରି ମାଟମରେ ମଧ୍ୟ ଅନେକ ଘର ମାଟିରେ ମିଶିଯାଇଛି।

Leave a Reply

Your email address will not be published. Required fields are marked *