Pratidin TV

Odisha's Digital News Platform

ଦୁର୍ବଳ ହେବ ନାହିଁ ବାତ୍ୟା ,ଭୀଷଣ ରୂପ ନେଇ ଉପକୂଳ ମୁହାଁ ‘ଦାନା’..

1 min read

ସ୍ଥଳଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା ‘ଦାନା’। ଗୁରୁବାର ମଧ୍ୟରାତିରୁ ଶୁକ୍ରବାର ପୂର୍ବାହ୍ନ ଯାଏଁ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ଼ ସୂଚନା ଦେଇଛନ୍ତି। ଲ୍ୟାଣ୍ଡଫଲ ବେଳେ ବାତ୍ୟାର ବେଗ ଅଧିକ ରହିବା ଅନୁମାନ କରାଯାଉଥିବାରୁ ମାଟି ଘରେ ଥିବା ଲୋକେ ପକ୍କା ଘରକୁ ଚାଳିଯିବାକୁ କୁହାଯାଇଛି। ଏପରିକି ଟିଣ ଘର, ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିବା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ବିଦ୍ୟୁତ୍‌ କାଟ ହେବ, ସେଥିଲାଗି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଗକୁ ବର୍ଷାର ପରିମାଣ ବଢ଼ିବ। କାରଣ ବାତ୍ୟା ଦୁର୍ବଳ ହେବାର ସମ୍ଭାବନା ନାହିଁ।

ଭୀଷଣ ବାତ୍ୟାର ରୂପ ନେଇ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।  କେନ୍ଦ୍ରାପଡା ଜିଲାର ଭିତରକନିକା ଓ ଭଦ୍ରକ ଜିଲାର ଧାମରା ମଧ୍ୟରେ ସ୍ଥଳଭାଗ ମଧ୍ୟକୁ ପ୍ରବେଶ କରିବ ଦାନା । ସ୍ଥଳ ଭାଗ ଛୁଇଁବା ସମୟରେ ପବନର ଘଣ୍ଟାପ୍ରତି ବେଗ ୧୦୦ରୁ ୧୨୦ କିମି ରହିବ। ତେବେ ଏହାରି ଭିତରେ ବଡ଼ ଖବର ସାମ୍ନାକୁ ଆସିଛି ଯେ, ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ପୂର୍ବରୁ ସାମାନ୍ୟ ଦିଗ ବଦଳାଇପାରେ। ପଶ୍ଚିମ ଓ ପଶ୍ଚିମଦକ୍ଷିଣ ଆଡ଼େ ଟିକେ ଦିଗ ବଦଳାଇପାରେ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି। ଏହା ପ୍ରଭାବରେ ୨୬ ବେଳକୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ।

Advertisement

Leave a Reply

Your email address will not be published. Required fields are marked *