Pratidin TV

Odisha's Digital News Platform

ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା, ରୋହିତ ଶର୍ମା ଆଉଟ୍‌..

ଆଇପିଏଲ ୨୦୨୪ ପୂର୍ବରୁ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ କଲା ବଡ ଘୋଷଣା । ରୋହିତଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାକୁ କଲା ଅଧିନାୟକ । ୨୦୨୪ ଆଇପିଏଲ ସିଜନରେ ମୁମ୍ବାଇ ଅଧିନାୟକତ୍ୱ କରିବେ ହାର୍ଦ୍ଦିକ ପାଣ୍ଡ୍ୟା । ଦୀର୍ଘ ୧୦ ବର୍ଷ ଧରି ମୁମ୍ବାଇର ଦାୟିତ୍ୱ ସମ୍ଭାଳି ଆସୁଥିଲେ ରୋହିତ ଶର୍ମା । କିନ୍ତୁ ଏଥର ଫ୍ରାଞ୍ଚାଇଜ ୨୦୨୪ ପୂର୍ବରୁ ହାର୍ଦ୍ଧିକକୁ ଗୁଜୁରାଟ ଟାଇଟନ୍ସରୁ କିଣି ପୁନଃବାର ନିଜ ଦଳରେ ସାମିଲ କରିଥିଲା ।

ଶୁକ୍ରବାର ଅର୍ଥାତ ଡିସେମ୍ବର ୧୫ରେ ଆଇପିଏଲ ମିନି ନିଲାମ ପୂର୍ବରୁ ଅଧିନାୟକ ଭାବରେ ସୋସିଆଲ ମିଡିଆ ଏକ୍ସରେ ଘୋଷଣା କରିଛି । ତେବେ ଡିସେମ୍ବର ୧୯ରେ ଆଇପିଏଲ ନିଲାମ ହେବାର କାର୍ଯ୍ୟକ୍ରମ ରହିଛି । ଏକ ପ୍ରେସ ବିବୃତ୍ତି ଜରିଆରେ କୁହାଯାଇଛି ଯେ ମୁମ୍ବାଇ ଇଣ୍ଡିଆନ୍ସ ସର୍ବଦା ଅତୁଳନୀୟ ନେତୃତ୍ୱରେ ଆର୍ଶୀବାଦ ପ୍ରାପ୍ତ ହୋଇଛି ।

ସଚିନଙ୍କ ଠାରୁ ଆରମ୍ଭକରି ହରଭଜନ ଏବଂ ରିକି ଠାରୁ ଆରମ୍ଭ କରି ରୋହିତ ଶର୍ମା ପର୍ଯ୍ୟନ୍ତ ଯେଉଁମାନେ ଯଥାଶୀଘ୍ର ସଫଳତା ଆଣି ଦେଇଛନ୍ତି ।୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଆଜି ଏକ ବଡ ପରିର୍ତ୍ତନ କରିଛି । ଅନ୍ୟତମ ସଫଳ ତଥା ପ୍ରିୟ ଅଧିନାୟକ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଆସିଛନ୍ତି ।

Leave a Reply

Your email address will not be published. Required fields are marked *