Pratidin TV

Odisha's Digital News Platform

ଅରୁଣଙ୍କ ସହିତ ଘଟିଥିଲା ବଡ ଚମତ୍କାର , ଏହାପରେ ତୁରନ୍ତ ତିଆରି କରିଦେଲେ ରାମଲାଲାଙ୍କ ଚେହେରା …

1 min read

ରାମଲଲାଙ୍କର ପ୍ରତିମା ନିର୍ମାଣ କରିଛନ୍ତି ଅରୁଣ ଯୋଗୀରାଜ । ସେ ହେଉଛନ୍ତି ଷଷ୍ଠ ପୀଢିର ମୂର୍ତ୍ତିଶିଳ୍ପୀ । ସେ ତାଙ୍କର ଅନେକ ସାକ୍ଷାତକାରରେ ମୂର୍ତ୍ତି ତିଆରି କରିବା ସମୟରେ ଅନୂଭୁତି ବଖାଣିଛନ୍ତି । ସେ କହିଛନ୍ତି ଯେତେବେଳେ ସେ ମୂର୍ତ୍ତି ତିଆରି କରୁଥିଲେ ରାମଲଲାଙ୍କ ଚେହେରାକୁ ନେଇ ସେ ସମ୍ପୂର୍ଣ୍ଣ ଭାବେ ଅଜ୍ଞ ଥିଲେ । ଯୋଗୀରୀଜ କହିଛନ୍ତି ପ୍ରଥମ ଦୁଇମସ ପର୍ଯ୍ୟନ୍ତ ରାମଲଲାଙ୍କ ଚେହେରା ବିଷୟରେ ତାଙ୍କର କୌଣସି ବି ଧାରଣା ନଥିଲା । ଗତ ଦୀପାବଳି ସେ ଅଯୋଧ୍ୟାରେ ପାଳନ କରିଥିଲେ । ଅଯୋଧ୍ୟାର ଦୀପାବଳୀ ପାଳନ କରୁଥିବା ସମୟରେ ସେଠାରେ କିଛି ସୁନ୍ଦର ଭାରତୀୟ ଶିଶୁଙ୍କୁ ଦେଖିବାକୁ ପାଇଥିଲେ । ଯାହା ତାଙ୍କୁ ରାମଲଲାଙ୍କ ଚେହେରା ନିର୍ମାଣ କରିବା ପାଇଁ ପ୍ରେରଣା ଯୋଗାଇଥିଲା । ଯେମିତି ତାଙ୍କୁ ଏହି ବିଷୟରେ କିଛି ଜ୍ଞାନ ମିଳିଲା ସେ ସଙ୍ଗେ ସଙ୍ଗେ ରାମଲଲାଙ୍କର ମୂର୍ତ୍ତି ନିର୍ମାଣ କରିବାରେ ଲାଗି ପଡିଲେ ।

ସେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଉଥିବା ସମୟରେ କହିଥିଲେ କି ସେ କିଛି ସମୟ ପାଇଁ ନିରାଶ ହୋଇଯାଇଥିଲେ । କାରଣ ତାଙ୍କୁ ପ୍ରଥମେ ଚୟନ ପ୍ରକ୍ରିୟାରୁ ବାହାର କରି ଦିଆଯାଇଥିଲା । ଶେଷଦିନରେ ଆଇଜିଏନସିଏର ଅଧ୍ୟକ୍ଷ ଡା. ସଚ୍ଚିଦାନନ୍ଦ ଯୋଶୀ ତାଙ୍କୁ ଡାକିଥିଲେ । ଚୟନ ପ୍ରକ୍ରିୟା ଦୁଇମାସ ଧରି ଚାଲିଥିଲା । ହେଲେ ତାଙ୍କୁ ଡକା ଯାଇନଥିଲା , ସେଥିପାଇଁ ସେ ବହୁତ ନିରାଶ ହୋଇପଡିଥିଲେ । ଅନେକ କାରିଗର ଏହି ଦୁଇମାସରେ ମନ୍ଦିର ଏବଂ ସହର ଗସ୍ତ କରୁଥିଲେ । ସେ କେବଳ ଏହା ଫୋନ ମାଧ୍ୟମରେ ଶୁଣୁଥିଲେ । ଏବଂ କଲ୍ ଆସିବାକୁ ଅପେକ୍ଷା କରୁଥିଲେ । ଶେଷ ଦିନରେ ତାଙ୍କୁ ଡ.ଯୋଶୀଙ୍କର କଲ୍ ଆସିଥିଲା ଆଉ ତାପରେ ସେ ନୂଆଦିଲ୍ଲୀ ଯାଇଥିଲେ । ୩ ଜଣ ମୂର୍ତ୍ତି କାରିଗରଙ୍କ ମଧ୍ୟରେ ସେ ଚୟନ ହୋଇଥିଲେ ।

Advertisement

ତାଙ୍କର ଚୟନ ହୋଇସାରିବା ପରେ ସେ ୩ ମାସ ଧରି ଏକ ମୂର୍ତ୍ତି ତିଆରି କରିଥିଲେ । ହେଲେ ସେହି ମୂର୍ତ୍ତିକୁ ପଥର ସମସ୍ୟା କହି ଖାରଜ କରିଦିଆଯାଇଥିଲା । ସେହି ମୂର୍ତ୍ତିରେ ସେ ୬୦-୭୦ ପ୍ରତିଶତ କାମ ଶେଷ କରି ସରିଥିଲେ । ତାହା ତାଙ୍କୁ ବହୁତ ଦୁଃଖ ଦେଇଥିଲା ବୋଲି ଅରୁଣ କହିଛନ୍ତି । କାରଣ ସେ ସେହି ପଥର ଉପରେ ବହୁତ ପରିଶ୍ରମ କରିଥିଲେ । ହେଲେ ହଠାତ୍ ଅଦରକାରୀ ହୋଇଗଲା । ହେଲେ ରାମ ମନ୍ଦିର ସହ ଜଡିତ ଥିବା ଲୋକେ ତାଙ୍କର ମନୋବଳ ବଢାଇଥିଲେ ।

ଯୋଗୀରାଜ ଆଉ ଏକ ଖୁଲାସା କରିଛନ୍ତି , ମୂର୍ତ୍ତି ତିଆରି କରୁଥିବା ବେଳେ ସେ ଆହତ ମଧ୍ୟ ହୋଇଥିଲେ । ପଥରର ଏକ ଛୋଟ ଅଂଶ ତାଙ୍କ ଆଖିରେ ପଡିଯାଇଥିଲା ଯାହାଦ୍ୱାରା ସେ ଆହାତ ହୋଇଥିଲେ । ଆହାତ ହେବା ପରେ ସେ ଅଯୋଧ୍ୟାର ଏକ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ଏହାପରେ ତାଙ୍କ ଆଖି ପୁରାପୁରି ଠିକ୍ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *