Pratidin TV

Odisha's Digital News Platform

ବାଂଲାଦେଶ ରେ ଅଜବ ନିୟମ, ଶେଖ୍ ହସିନାଙ୍କ ଫଟୋ ଛାପିଲେ କି ପ୍ରକାଶ କଲେ ଗଣମାଧ୍ୟମ ପରିଣାମ ହେବ ଭୟଙ୍କର

ଏଣିକି ଗଣମାଧ୍ୟମକୁ ଆସିଲା ଧମକ ଶେଖ ହସିନାଙ୍କ ଫଟୋ ପ୍ରକାଶ କଲେ ଅଫିସରେ ଲାଗିବ ନିଆଁ | ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଫଟୋ ପ୍ରକାଶ କଲେ ଖବର କାଗଜ ଏବଂ ଟିଭି ଚ୍ୟାନେଲ ଅଫିସ ରେ ନିଅଁ ଲାଗିବା ନେଇ ଏପରି ଧମକ ଆସିଛି | ତେବେ ଏହିପରି ଧମକ ଦେଇଛନ୍ତି ବିଏନପି ଅଧକ୍ଷ ଖଲିଦା ଜିଆଦଙ୍କର ପରାମର୍ଶଦାତା | ତେବେ ସେ କହିଛନ୍ତି ଯେକୌଣସି ଟିଭି ଚ୍ୟାନେଲ କିମ୍ବା ଖବର କାଗଜରେ ଛାତ୍ରଙ୍କୁ ହତ୍ୟା କରିଥିବା ହତ୍ୟାକାରୀ ଶେଖ ହସିନାଙ୍କ ଫଟୋ ପ୍ରସାରଣ କରନ୍ତି ତେବେ ତାଙ୍କ ଅଫିସରେ ଲାଗିବ ନିଆଁ |

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ବେଳେ ଏହି ମନ୍ତବ୍ୟ ଦେଇଛନ୍ତି | ଛାତ୍ର ଏବଂ ଲୋକଙ୍କ ହତ୍ୟା ମାମଲାରେ ଶେଖ ହସିନା ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଜିଲ୍ଲା ବିଏନପି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ତେବେ ଆୟୋଜନରେ ପରାମର୍ଶଦାତା କହିଛନ୍ତି ଯେ ଯଦି ଜମାତକୁକ ନରସଂହାର ପାଇଁ ନିଷେଦ୍ଧ କରାଯିବ ତେବେ ହଜାର ହଜାର ଛାତ୍ରଙ୍କୁ ଅତି ନିମର୍ମ ଭାବେ ହତ୍ୟା କରିଥିବା ଯୋଗୁଁ ଆୱା ମୀଲୀଙ୍କୁ କାହିଁକି ବନ୍ଦିତ କାର୍ଜିବି ନାହିଁ | ଆମର ଦାବି ହେଉଛି ଆୱା ମୀଲୀଙ୍କୁ ଯଥାଶୀଘ୍ର ନିଷିଦ୍ଧ କରାଯିବ ଉଚିତ | ସେ ଆହୁରି କହିଛନ୍ତି ଶେଖ ହସିନା ଏକ ପ୍ରତିବାଦ କ୍ଷମତା ଦଖଲ ଷଡ଼ଯନ୍ତ୍ର କରୁଛନ୍ତି | କିନ୍ତୁ ଏହି ଦେଶର ଲୋକ ଓ ଛାତ୍ର ପୁନର୍ବାର ପ୍ରତିବାଦ କରିବେ | ତାଙ୍କୁ କ୍ଷମତାକୁ ଫେରିବା ପାଇଁ କୌଣସି ପ୍ରକାର ସୁଯୋଗ ଦିଆଯିବ ନାହିଁ |

Leave a Reply

Your email address will not be published. Required fields are marked *