Pratidin TV

Odisha's Digital News Platform

ଅଜବ୍ ପରମ୍ପରା ; ଶ୍ରଦ୍ଧାଳୁଙ୍କ ଉପରେ ଗାଈ ଚାଲିଲେ ପୂର୍ଣ୍ଣ ହୁଏ ମନସ୍କାମନା …

1 min read

ମଧ୍ୟପ୍ରଦେଶ ; ହିନ୍ଦୁ ରୀତିନିତି ସଂସ୍କୃତି ଅନୁଯାୟୀ ଗାଈ ମାନଙ୍କୁ ଭାରତରେ ଗୋ ମାତା ଙ୍କ ଆଖ୍ୟା ଦିଆଯାଇଛି । ତାଙ୍କୁ ଇଶ୍ୱରଙ୍କ ସ୍ୱରୂପ ମନାଯାଇ ପୂଜା କରଯାଇଥାଏ । ଆଉ ବିଶ୍ୱାସ ରହିଛି ଯେ ଗୋ ମାତାଙ୍କ ଦେହରେ ୩୩ କୋଟି ଦେବାଦେବୀ ବସବାସ କରନ୍ତି । ଭାରତୀୟ ସଂସ୍କୃତିରେ ଗମ। ପୂର୍ଣ୍ଣମୀରେ ଗୋମାତାଙ୍କୁ ପୂଜା କରାଯାଏ । ସେହିଭଳି ମଧ୍ୟ ପ୍ରଦେଶରେ ଉଜ୍ଜୟିନୀରେ ତଳେ ଗୁହାରିଆ ପଡିଥିବା ଶ୍ରଦ୍ଧାଳୁଙ୍କୁ ଉପରେ ଗୋରୁଗାଈ ଚଢାଯିବାର ଏକ ନିଆରା ପରମ୍ପରା ପ୍ରଚଳିତ । ଏଠାକାର ଲୋକଙ୍କ ବିଶ୍ୱାସ ରହିଛି ଯେ ଗୋରୁଗାଈ ଚଢିଗଲା ପରେ ଲୋକମାନଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ଉଜ୍ଜୟନୀ ଜିଲ୍ଲାର ସଦର ମହକୁଦାଠାରୁ ୭୫ କିମି ଦୂର ତଥା ବଡନଗର ତହସିଲ ଅନ୍ତର୍ଗତ ଭିଡାବଦ ଗାଁରେ ଦୀପାବଳି ପର୍ବର ପରଦିନ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏପରି କଲେ ମନସ୍କାମନା ପୂରଣ ହେବ ବୋଲି ଲୋକଙ୍କର ବିଶ୍ୱାସ ରହିଛି । ପାରମ୍ପରିକ ରୀତିନୀତି ଅନୁଯାୟୀ , ଦୀପାବଳିର ପାଞ୍ଚଦିନ ଆଗରୁ ଶ୍ରଦ୍ଧାଳୁମାନେ ଉପବାସ କରିଥିଲେ । ଦୀପାବଳି ପୂର୍ବଦିନ ସେମାନେ ଗାଁରେ ମନ୍ଦିରରେ ସାରା ରାତି କଟାଇ ଭଜନ ଓ କୀର୍ତ୍ତନ କରିଥିଲେ । ଦୀପାବଳି ପରଦିନ ସକାଳେ ଗ୍ରାମର ସମସ୍ତ ଗାଈଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ତାପରେ ଶ୍ରଦ୍ଧାଳୁମାନେ ଗାଁ ଦାଣ୍ଡରେ ଲମ୍ବଦଣ୍ଡ ହୋଇ ଶୋଇଥିଲେ । ଏହି ଅବସ୍ଥାରେ ଗାଈମାନଙ୍କୁ ଗୋଡେଇ ଗୋଡେଇ ସେମାନଙ୍କ ଉପରେ ଚଢିଯିବାକୁ ଛାଡି ଦିଆଯାଇଥିଲା । ଗାଈମାନେ ଦୈଡି ଯାଉଥିବା ବେଳେ ସେମାନଙଯକୁ ଖୁରା ଆଗାତକୁ ଖାତିର କରନ୍ତି ଶ୍ରଦ୍ଧାଳୁ ସେମିତି ଲମ୍ବଖମ୍ବ ହୋଇ ଶୋଇଥାନ୍ତି । ଗାଈ ସବୁ ଚାଲିଯିବା ପରେ ଶେଷକୁ ଉଠନ୍ତି ଶ୍ରଦ୍ଧାଳୁ ଆଉ ଢୋଲ ମୃଦଙ୍ଗ ତାଳରେ ନାଚି ଉଠନ୍ତି ।

Advertisement

ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ଶ୍ରଦ୍ଧାଳୁ ମାନଙ୍କ ଉପରେ ଅନେକ ଗୁଡିଏ ଗାଈ ଚଢିଯାଇଥିଲେ ମଧ୍ୟ ଏମାନଙ୍କ ଦେହରେ ଗୋଟିଏବି ଆଘାତ୍ ବା କ୍ଷତ ଚିହ୍ନ ନଥାଏ । ଯାହା ସେମାନେ ଇଶ୍ୱରଙ୍କ ଶକ୍ତି ବୋଲି କହିଥାନ୍ତି ।

Leave a Reply

Your email address will not be published. Required fields are marked *