Pratidin TV

Odisha's Digital News Platform

ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀଙ୍କ ବଡ ଘୋଷଣା : ରାସ୍ତାରୁ ହଟିବେ ବୁଲା କୁକୁର…

1 min read

ଭୁବନେଶ୍ୱର : ୩୦ ଜିଲ୍ଲାରୁ ହଟିବେ ବୁଲାକୁକୁର । ଓଡିଶା ସରକାରଙ୍କ ବଡ ପଦକ୍ଷେପ । ହାଇଦ୍ରାବାଦରେ ବୁଲା କୁକୁର ଆକ୍ରମଣରେ ଜଣେ ୪ ବର୍ଷ ଶିଶୁର ମୃତ୍ୟୁୁ ସାରା ଦେଶବାସୀଙ୍କ ହୃଦୟକୁ ଥରାଇଦେଇଥିଲା । ଯାହାର ଦୃଶ୍ୟ ଯିଏ ଥରେ ଦେଖିବ ତାହ ହୃଦୟ ମଧ୍ୟ ଡରରେ କାତୁରି ଉଠିବ । କାରଣ ଗୋଟେ ୪ ବର୍ଷର ଶିଶୁକୁ କିପରି ୩,୪ ଟି କୁକୁର ଝୁଣିଭିଣି ମାରିଥିଲେ ତାହା ଲୋକଲୋକଚନାକୁ ଆସିବା ପରେ ପ୍ରଶାସନର ଚେତା ଫେରିଥିଲା । ଏହାକୁ ନେଇ ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଆଉ ରାଜ୍ୟ ସରକାର ମଧ୍ୟ ତତ୍ପରତା ଦେଖାଇଛନ୍ତି । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବଢ଼ିଛି ।

କିଛି ଦିନ ତଳେ ପଟିଆରେ କୁକୁର ଆକ୍ରମଣରେ ଜଣେ ଶିଶୁ ଗୁରୁତର ଆହତ ହୋଇଥିଲା । ଏହାବ୍ୟତୀତ ଗାଡ଼ି ଆଗକୁ କୁକୁର ଆସିବା ଦ୍ୱାରା ଗାଡ଼ି ଚାଳକ ଦୁର୍ଘଟଣାର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି। ବୁଲା କୁକୁରଙ୍କୁ ହଟାଇବା ନେଇ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏହାସହ ରାଜ୍ୟରେ ବୁଲା କୁକୁର ବନ୍ଧ୍ୟାକରଣକୁ ମଧ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *