ଏଣିକି ରେଳ ଧାରଣା କିମ୍ବା ବଗିରେ ରିଲ କଲେ ହେବ କଠୋର କାର୍ଯାନୁଷ୍ଠାନ ।
1 min readରିଲ୍ସ ନିସା ଲୋକମାନଙ୍କୁ ଏତେ ବାୟା କରିଛି ଯେ ସେମାନେ ରାସ୍ତା ଘାଟ ବି ଭୁଲିଯାଉଛନ୍ତି । ଏମିତିକି ରେଳଧାରଣା , ବସ୍ ସାମ୍ନା , ମଝି ରୋଡ୍ରେବି କିଛି ଲୋକ ରିଲ୍ସ କରିବାକୁ ପଛାଉନାହନ୍ତି । ଆଉ ସେମାନଙ୍କ ଏଭଳି କାର୍ଯ୍ୟ ପାଇଁ ଅନ୍ୟମାନେ ଯେ କେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ହିଁ ଜଣା ।
ଏମିତିକି ନିକଟରେ ଦେଖିବାକୁ ମିଳିଥିଲା ଯେ ରିଲ୍ସ ନିଶାରେ ରେଳ ଧାରଣାରେ କେତେ ଜୀବନ ଯାଇଛି । ସେମାନେ କେବଳ ନିଜ ଜୀବନକୁ ବିପଦଗ୍ରସ୍ତ କରୁନାହାନ୍ତି ଏହାସହିତ ରେଳଯାତ୍ରୀଙ୍କ ଜୀବନକୁ ମଧ୍ୟ ବିପଦଗ୍ରସ୍ତ କରୁଛନ୍ତି। ବୋର୍ଡ ବୈଠକରେ ଏହି ପ୍ରସଙ୍ଗ ଉପରେ ଅନେକ ସଦସ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏ ନେଇ ଅଭିଯୋଗ ସଂଖ୍ୟା ବଢ଼ିବାରେ ଲାଗିଛି ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରେଳବାଇ ବୋର୍ଡ ଏକ ବଡ ନିଷ୍ପତି ନେଇଛି । ଏଣିକି ଯଦି ରେଳ ଧାରଣା, ରେଳ ବଗି, ରେଳ ଷ୍ଟେସନ ଆଦିରେ ରିଲ୍ କରୁଥିବେ ତେବେ ରେଳ ବିଭାଗ ଆପଣଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସ୍ବାଭାବିକ ଚଳାଚଳ କ୍ଷେତ୍ରରେ ଏବଂ ରେଳ ଯାତ୍ରୀଙ୍କ ନିମନ୍ତେ ସମସ୍ୟା ଓ ପ୍ରତିବନ୍ଧକ ସୃଷ୍ଟି କରୁଥିବା ରିଲ୍ ନିର୍ମାତା ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପରାଧିକ ମାମଲା ରୁଜୁ କରିବାକୁ ରେଳବାଇ ବୋର୍ଡ ସମସ୍ତ ରେଳ ଜୋନ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛିଜ୍ଝ