Pratidin TV

Odisha's Digital News Platform

ବିଦ୍ୟାଳୟରେ ଶିକ୍ଷକ ମରୁଡି ; ଭବିଷ୍ୟତ ଚିନ୍ତାରେ ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ

କେନ୍ଦ୍ରାପଡା ; ସରକାର ଶହ ଶହ ଶିକ୍ଷକଙ୍କୁ ନିଯୁକ୍ତିପତ୍ର ବାଣ୍ଟୁୁଥିବା ବେଳେ ସାରା ରାଜ୍ୟରେ ଶିକ୍ଷକ ମରୁଡି କିନ୍ତୁ କମୁନାହିଁ । ଶିକ୍ଷା ବ୍ୟବସ୍ଥାର ଏଭଳି ନଗ୍ନ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକରେ ।

ଆଳି ବ୍ଲକ ପତ୍ରପୁର ପତ୍ରପୁର ପଞ୍ଚାୟତର ବିଲିକଣା ପ୍ରାଥମିକ ବିଦ୍ୟାଳୟ ରେ ୭୦ ପିଲାଙ୍କୁ ୩ ଶିକ୍ଷକ ଥିବା ବେଳେ ଆଜି ଜଣେ ଶିକ୍ଷକ ଙ୍କୁ ବଦଳି ହୋଇ ଥିବାରୁ , ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ସ୍କୁଲ ଗେଟ ତାଲା ପକାଇ ଧାରଣା ଦେଇଛନ୍ତି ।

ଯେଉଁଠି ଶିକ୍ଷକଙ୍କ ମରୁଡି ସେଠି ପିଲାମାନଙ୍କର ଭବିଷ୍ୟତ କିପରି ? ଯାହାକୁ ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠୁଛି ଶିକ୍ଷାବ୍ୟବସ୍ଥା ଉପରେ । ସେପଟ ଯଦି ଶିକ୍ଷକ ଙ୍କ ବଦଳି ପ୍ରତ୍ୟାହୁତ ନହୁଏ ଆଗାମୀ ଦିନରେ ରାଜରାସ୍ତାକୁ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *