Pratidin TV

Odisha's Digital News Platform

(ଭିଡିଓ) ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ତାତିଲେ ଛାତ୍ର କଂଗ୍ରେସ , ଫେଲ ମାରିଲା ଶକ୍ତିମନ୍ତ୍ରୀଙ୍କ ସବୁ ବାହାନା..

1 min read

ଭୁବନେଶ୍ୱର : ରାଜ୍ୟରେ ଅଘୋଷିତ ବିଦ୍ୟୁତ୍‌କାଟକୁ ନେଇ ତାତିଲେ ଛାତ୍ର କଂଗ୍ରେସ । ନିକଟରେ ଏକ ପ୍ରେସମିଟ୍‌ରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ବିଦ୍ୟୁତ୍ କାଟକୁ ନେଇ ଏକ ଯୁକ୍ତି ବାଢିଥିଲେ ଯେ ରାଜ୍ୟରେ ବିଦ୍ୟୁତ୍ କାଟ୍ ହେଉନାହିଁ କେବଳ କାଳ ବୈଶାଖି ପାଇଁ ଆମେ ବିଦ୍ୟୁତ୍‌୍ କ।ଟିବାକୁ ବାଧ୍ୟ । କିନ୍ତୁ ଗତ କିଛି ଦିନ ହେଲାଣି ଅସହ୍ୟ ତାତିରେ ରାଜ୍ୟବାସୀ କଲବଲ ହେଉଥିବାବେଳେ ବାରମ୍ବାର ପାୱାର କଟ୍ ହେବା ଯୋଗୁ ଲୋକେ ଗରମରେ ଛଟପଟ୍ ହେଉଛନ୍ତି।

ଏହିପରି ସମୟରେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଖାମଖିଆଲି ମନ୍ଥବ୍ୟକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ। ପାଗ ଠିକ୍ ଥିବା ସର୍ତ୍ତେବି ରାଜ୍ୟରେ କାହିଁକି ହେଉଛି ବାରମ୍ବାର ବିଦ୍ୟୁତ୍ କାଟ୍ ବୋଲି ପ୍ରଶ୍ନ ପଚାରିଛନ୍ତି ଛାତ୍ର କଂଗ୍ରେସ ।

Advertisement

ଛାତ୍ର କଂଗ୍ରେସ ପକ୍ଷରୁ ଲଣ୍ଠନ ଓ ବିଞ୍ଚଣା ନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାସହ ଶକ୍ତି ମନ୍ତ୍ରୀଙ୍କ ଘର ଉପରକୁ ଟମାଟୋ ମାଡ଼ କରାଯାଇଛି। ଶକ୍ତି ବିଭାଗକୁ ସରକାର ଗୁରୁତ୍ୱ ଦେଉନାହାନ୍ତି। ବିଦ୍ୟୁତ କାଟ୍ ପ୍ରସଙ୍ଗକୁ ନେଇ ଶକ୍ତି ମନ୍ତ୍ରୀ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛି ଛାତ୍ର କଂଗ୍ରେସ।

Leave a Reply

Your email address will not be published. Required fields are marked *