ସମୁଦ୍ରରେ ଗାଧୋଇବାକୁ ଯାଇ ବୁଡିଗଲେ ଛାତ୍ରୀ , ଏୟାରକ୍ରାଫ୍ଟ ଦ୍ୱାରା ଚାଲିଛି ସର୍ଚ୍ଚ ଅପରେଶନ …
1 min readଗୋପାଳପୁର : ଗଞ୍ଜାମଜିଲ୍ଲାର ସଦରମହକୁମା ଛତ୍ରପୁର ଠାରୁ ମାତ୍ର ୬କିମି ଦୂର ଗୋପାଳପୁର ବନ୍ଦର ସମୁଦ୍ର କୂଳ ଆର୍ଯ୍ୟପଲ୍ଲୀ ଗ୍ରାମର ଦୁଇଜଣ ଛାତ୍ରୀ ସମୁଦ୍ରକୁ ସକାଳେ ଗାଧୋଇବାକୁ ଯାଇ ବୁଡିଯାଇଥିଲେ । ଘଟଣାରୁ ପ୍ରକାଶ ଯେ’ ସାନ-ଆର୍ଯ୍ୟପଲ୍ଲୀ ଗ୍ରାମରେ ଚାଲିଥିବା ଠାକୁରାଣୀ ଯାତ୍ରା ଦେଖିବାକୁ ସେମାନେ ତାଙ୍କ ମାମୁଁ ଘରକୁ ଆସି ଗତକାଲି ଖୁସି ଭରି ଆନନ୍ଦରେ ଦିନ କଟାଇଥିଲେ । ଆଜି ସକାଳୁ ୫ ଜଣ ଛାତ୍ରୀ ସମୁଦ୍ରକୁ ଗାଧୋଇବାକୁ ଯାଇ ଏହି ଅଘଟଣ ହୋଇଥିବା କୁହାଯାଏ । ସମୁଦ୍ରକୁ ସାଙ୍ଗ ହୋଇ ପଶିଥିବା ବେଳେ ଉଚ୍ଚଲହରୀ ଯୋଗୁ ୫ଜଣ ଯାକ ଭାସିଯାଇଥିଲେ ।
ଆଖପାଖରେ ଥିବା ସ୍ଥାନୀୟ ଲୋକ ଝିଅ ମାନଙ୍କୁ ବୁଡିଯାଉଥିବାର ଦେଖି ଉଦ୍ଧାର କରିବାକୁ ସମୁଦ୍ରକୁ ପଶିଥିଲେ । ତେବେ ୫ ଜଣଙ୍କ ଭିତରୁ ୩ ଜଣଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଦୁଇଜଣ ସମୁଦ୍ର ଗର୍ଭକୁ ଚାଲିଯାଇ ଜୀବନ ହାରିଥିବା ଜଣାପଡିଛି । ୨ ମୃତ ଯୁବତୀଙ୍କ ମଧ୍ୟରୁ ଜଣଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଓଡ୍ରାଫ ଟିମ୍ ଉଦ୍ଧାରକାରୀ ଦଳ ଅନ୍ୟଜଣଙ୍କୁ ଖୋଜିବା ଜାରୀ ରଖିଛନ୍ତି । ଏହା ସହ ସ୍ୱତନ୍ତ୍ର ରିଲିଫ କମିଶନର, ତଟରକ୍ଷୀ ବାହିନୀ ନିର୍ଦ୍ଦେଶକଙ୍କୁ ରେସ୍କ୍ୟୁ ଅପରେସନ ପାଇଁ ସହାୟତା ମାଗିବା ପରେ ଭୁବନେଶ୍ୱରରୁ ଏକ ଏୟାରକ୍ରାଫ୍ଟ ଘଟଣାକୁ ସ୍ଥଳକୁ ଯାଇ ସର୍ଚ୍ଚ ଅପରେସନ ଜାରି ରଖିଛି ।
ତେବେ ମୃତକ ହେଲେ ସ୍ୱପ୍ନାରାଣୀ ପଣ୍ଡିତ (୨୦) ପିତା -ପ୍ରେମାନନ୍ଦ ପଣ୍ଡିତ ଗଞ୍ଜାମଜିଲ୍ଲାର ଗୋଳନ୍ଥରା ଥାନା ଅଧୀନସ୍ଥ କନିଷି ଅଞ୍ଚଳର ବୋଲି ଜଣାଯାଇଛି । ମୃତକଙ୍କୁ ଛତ୍ରପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇ ଶବ ବ୍ୟବଚ୍ଛେଦ କରାଯାଇଛି । ଏଠାକାର ତାଙ୍କ ମାମୁଁ ଘରକୁ ଆସିଥିବା ଗୁଡୁଲି ମିଶ୍ର ( ୧୮ ),ପିତା- ରାମକୃଷ୍ଣ ପଣ୍ଡିତ ଗଞ୍ଜାମଜିଲ୍ଲା ଶେରଗଡ଼ ଅଞ୍ଚଳର ଝିଅଙ୍କ ମୃତ ଦେହ ଏ ଯାଏଁ ମିଳିପାରିନଥିବା ଏକ ଅତ୍ୟନ୍ତ ଦୁଃଖ ଦାୟକ ବିଷୟ ହୋଇଛି ।