ପାଠ ପଢା ବୟସରେ ଛେଳି ମେଣ୍ଡା ଚରାଉଛନ୍ତି କୁନି କୁନି ଛାତ୍ର ଛାତ୍ରୀ….
1 min readରାୟଗଡା ; ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ପର୍ସେଲି ପଞ୍ଚାୟତ ନୀୟମ ଗିରି ପାହାଡ଼ ଅଞ୍ଚଳରେ ଥିବା କାନଶୁର ଗାଁ ର ଅଧିବାସୀ ଡ଼ଙ୍ଗରିଆ କୁନି କୁନି ଛାତ୍ର ଛାତ୍ରୀ ମାନେ ପାଠ ପଢିବା ବୟସ ରେ ଛେଳି ମେଣ୍ଡା ଚରାଉଥିବା ଦେଖିବାକୁ ମିଳିଛି ।କାନଶୁର ସରକାରୀ SSD ବାଳିକା ଉଚ୍ଚ ବିଦ୍ୟାଳୟ ରୁ ମାତ୍ର ୮୦୦ମିଟର କାନଶୁର ଗାଁ ରହିଥିବା ବେଳେ ସେ ଗାଁର କୁନି କୁନି ଛାତ୍ର ଛାତ୍ରୀ ପାଠ ପଢିବାରେ ବଞ୍ଚିତ ହେଉଛନ୍ତି ଯାହା ଫଳରେ ଗାଁ ରେ ରହି ଛେଳି ମେଣ୍ଡା ଚରାଉଥିବା ନଜର କୁ ଆସିଛି। ଗାଁ ରେ ସରକାରୀ SSD ବାଳିକା ଉଚ୍ଚ ବିଦ୍ୟାଳୟ ଥାଇ ମଧ୍ୟ ଉନତ ମାନ ର ଶିକ୍ଷା ମିଳୁନଥିବାରୁ ପାଠ ପଢିବା ପାଇଁ ଛାତ୍ର ଛାତ୍ରୀ ମାନେ ଇଚ୍ଛା ପ୍ରକାଶ କରୁନଥିବା ଜଣା ପଡୁଛି।
ଏହି ବିଷୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଞ୍ଜନ ଧଳ ଙ୍କୁ ପଚାରିବାରୁ ସେ ମୁଁ ଉନ୍ନତ ମାନ ର ଶିକ୍ଷା ପ୍ରଧାନ କରୁଛି କୌଣସି ଛାତ୍ର ଛାତ୍ରୀ ଙ୍କୁ ଅନ ଉପସ୍ଥିତ ରହିବାକୁ ଦେଉନାହିଁ,ଯଦି କୌଣସି ଛାତ୍ର ଛାତ୍ରୀଙ୍କର ଦେହ ଖରାପ ବା ଅସୁସ୍ଥ ରହିଲେ ମୁଁ ସଙ୍ଗେ ସଙ୍ଗେ ମେଡିକାଲ ନେଇ ଯାଉଛି ବୋଲି କହୁଥିବା ବେଳେ ନିଜ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ରେ ପାଠ ନ ପଢି ଜଙ୍ଗଲରେ ଛେଳି ମେଣ୍ଡା ଚରାଉଥିବା ସାମ୍ନା କୁ ଆସିଛି।
ପର୍ସେଲି ପଞ୍ଚାୟତରେ ସ୍ୱତନ୍ତ୍ର ଡଙ୍ଗରିଆ ମନଙ୍କ ପାଈଁ ସରକାର ଙ୍କର କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ନୀୟମ ଗିରି ଦୁର୍ଗମ ଅଞ୍ଚଳର ଆଧିମୋ ଜନ ଜାତି ନିରୀହ ଡଙ୍ଗରିଆ ମାନେ ସଚେତନତା ନ ଥିବାରୁ ଡଙ୍ଗରିଆ ଙ୍କ ନାମ ରେ ବିଭିନ୍ନ ଫାଣ୍ଡି ରୁ କୋଟି କୋଟି ଟଙ୍କା ଆଣି ତାକୁ ହରି ଲୁଟ କରୁଥିବା ସାଧାରଣ ଲୋକ ଙ୍କ ମଧ୍ୟ୍ୟ ରେ ଚର୍ଚ୍ଚା କରୁଥିବା ଶୁଣିବା କୁ ମିଳିଛି।