Pratidin TV

Odisha's Digital News Platform

କମାଲ କଲେ ଶ୍ରୀ ଅରୋବିନ୍ଦ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ଛାତ୍ର ,ହୋଇଛି  ଶତ ପ୍ରତିଶତ ରେଜଲ୍ଟ ..

1 min read

ପ୍ରକାଶ ପାଇଛି ଯୁକ୍ତଦୁଇ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ଫଳ । କଟକ ର ଶ୍ରୀ ଅରୋବିନ୍ଦ ବିଜ୍ଞାନ ମହାବିଦ୍ୟାଳୟ ପ୍ରତିଥର ଭଳି ଚଳିତ ଥର ହାସଲ କରିଛି ଶତ ପ୍ରତିଶତ ରେଜଲ୍ଟ । ୨୦୦୭ ମସିହାରୁ କଟକ ମଧୁପାଟଣା ଶ୍ରୀରାମ ନଗର ଠାରେ ଗଢ଼ି ଉଠିଥିବା ଶ୍ରୀ ଅରୋବିନ୍ଦ ବିଜ୍ଞାନ ମହାବିଦ୍ୟାଳୟ ସବୁବର୍ଷ ଗଡ଼ୁଛି ଅନେକ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ।

ତେବେ ଚଳିତ ବର୍ଷ ମୋଟ୍ ୨୮୩ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୨୫୮ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିଭଳି ଦ୍ୱିତୀୟ ଶ୍ରେଣୀରେ ୨୩, ତୃତୀୟ ଶ୍ରେଣୀରେ ଦୁଇ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅଭିଜିତ ସେଠି ସର୍ବାଧିକ ୫୬୨ ନମ୍ବର ରଖିଥିବା ବେଳେ ବିଶ୍ୱାସ ରଥ ୫୫୨, ସୋମେଶ ଜେନା ୫୪୨, ସୋନାଲି ସ୍ନେହା ରାଉତ ୫୪୧  ମାର୍କ ରଖିଛନ୍ତି । ଅନ୍ୟପଟେ ଶିକ୍ଷକଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଟାରେ ଏଭଳି ସଫଳତା ମିଳିଛି ବୋଲି କହିଛନ୍ତି ଛାତ୍ର ଛାତ୍ରୀ ।

Advertisement

Leave a Reply

Your email address will not be published. Required fields are marked *