Pratidin TV

Odisha's Digital News Platform

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉକଲେ ଛାତ୍ର କଂଗ୍ରେସ

1 min read

ଭୁବନେଶ୍ୱର : ଗତକାଲି ନୂତନ କୃଷି ସଂଗଠନ ଓ ନୂତନ ଯୁବ ଛାତ୍ର ସଂଗଠନ ରୁଚିକାଙ୍କ ମୃତ୍ୟୁ ମାମଲାର ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରିଥିବା ସତ୍ତ୍ୱେ ସରକାରଙ୍କର କୌଣସି ପ୍ରକାରର କାର୍ଯ୍ୟନୁଷ୍ଠାନ ଦେଖାଯାଇନି ଏଯାଏ । ତେବେ ସୂଚନା ମୁତାବକ ଆଜି ଛାତ୍ର କଂଗ୍ରେସ ସଂଗଠନ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିଥିଲା ।

Advertisement

ଛାତ୍ର କଂଗ୍ରେସ କେବଳ ରୁଚିକାଙ୍କ ନ୍ୟାୟ ପାଇଁ ନୁହେଁ ବରଂ ରୁଚିକାଙ୍କନ୍ୟୟ,ଛାତ୍ରଛାତ୍‌୍ରୀଙ୍କ ଷ୍ଟାଇପେନ୍ ଲୁଟସହ ସମ୍ବଲପୁର ରେ ହୋଇଥିବା ୨ଟି ପ୍ରଶ୍ନପତ୍ର ଲିକ୍ ରେ ମଧ୍ୟ କୌଣସି ପ୍ରକାରର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ଏପରି ପଦକ୍ଷେପ ନେଇଛି । ରାଜ୍ୟରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଗତି କରୁଥିବା ବେଳେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ନିଜର ସ୍ୱାସ୍ଥ୍ୟ ବାହାନାଦେଖାଇ ଲୁଚି ରହୁଛନ୍ତି ବୋଲି କହିଛି ଛାତ୍ର କଂଗ୍ରେସ ସଂଗଠନ । ଏନେଇ ଛାତ୍ର କଂଗ୍ରେସ ନ୍ୟାୟ ଦାବିରେ ଘେରାଉ କରିଥିଲା ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ବାସଭବନକୁ । ଏହା ସହ ତାଙ୍କ ଇସ୍ତଫା ଦାବି ନେଇ ମଧ୍ୟ ଜୋର ଧରିଥିବା ବେଳେ ପୋଲିସ ଓ ଛାତ୍ର କଂଗ୍ରେସର ମୁହାମୁହିଁ ଫଳରେ , ପୋଲିସ୍ କିଛି ଛାତ୍ର କଂଗ୍ରେସର ସଦସ୍ୟଙ୍କୁ ଉଠାଇନେଇଥିଲା ।

Leave a Reply

Your email address will not be published. Required fields are marked *