Pratidin TV

Odisha's Digital News Platform

୫ମ ଶ୍ରେଣୀ ଛାତ୍ରର ଉନ୍ମୁତ୍ତ କାଣ୍ଡ : ପକେଟରେ ପୁରେଇଥିଲା ବିସ୍ପୋରକ ସାମଗ୍ରୀ , ଫାଟିଲା ପରେ ..

1 min read

ବାଲିଗୁଡ଼ା : ସାଧାରଣତ ଆମେ ଛୋଟ ଥିବା ସମୟରେ ସ୍କୁଲକୁ ଡ୍ରେସ ପକେଟ୍‌ରେ ଚକଲେଟ୍ କିମ୍ବା ପଇସା ପଇସା ପୁରାଇ ନେଇଥାଉ । କିନ୍ତୁ ନିକଟରେ ଏଭଳି କିଛି ଭିସ୍ପୋରକ ଖବର ସାମ୍ନାକୁ ଆସିଛି । ଯାହା ଆପଣମାନଙ୍କୁ ଚମକାଇଦେବ । ଜଣେ ପଞ୍ଚମ ଶ୍ରେଣୀ ସ୍କୁଲ ଛାତ୍ର ଘଟାଇଛି ଏଭଳି ଅଭାବନୀୟ ଘଟଣା । ତେବେ ଆପଣମାନେ ପୁରା ଖବର ଜାଣିସାରିବା ପରେ ହିଁ ନିଜ ମନ୍ତବ୍ୟ ଦିଅନ୍ତୁ ଏଥିପାଇଁ କିଏ ଦାୟୀ ? ସ୍କୁଲ କତ୍ତୃପକ୍ଷ , ବାପା ମା ନା ପଞ୍ଚମ ଶ୍ରେଣୀର ସେଇ ଅଜ୍ଞାନ ଶିଶୁ ।

Advertisement

ବୁଧବାର କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ରୁତୁଙ୍ଗିଆ ପଞ୍ଚାୟତର ସେଣ୍ଟ ଜାଭିଅର୍ ହାଇସ୍କୁଲରେ ଘଟିଛି ଏଭଳି ଅଭାବନୀୟ ଅଘଟଣ। ସୂଚନା ପ୍ରକାରେ ସକାଳେ ପ୍ରାୟ ୧୧ଟା ସମୟରେ ଏକ ପିରିୟଡ୍ ଗ୍ୟାପ୍ ଯୋଗୁଁ ସବୁ ପିଲା ଶ୍ରେଣୀ ବାହାରେ ଥିଲେ । ସେହି ସମୟରେ ଜଣେ ୫ମ ଶ୍ରେଣୀ ଛାତ୍ର ନିଜ ପକେଟରେ କିଛି ବିସ୍ଫୋରକ ସାମଗ୍ରୀ ହାତପୁରାଇ ଧରିଥିଲେ । ପକେଟରେ ହାତ ଭର୍ତି ଥିବା ବେଳେ ହଠାତ୍ ତାହା ଫୁଟିଯାଇଥିଲା । ଫଳରେ ଛାତ୍ର ଯୋଶ୍ ନାୟକର ଡାହାଣ ହାତ ଓ ଜଙ୍ଘରେ ଗୁରୁତର ଆଘାତ ଲାଗିଥିବା ବେଳେ ପାଖରେ ଥିବା ଅନ୍ୟ ଦୁଇ ଜଣ ଛାତ୍ର ଆଶିଷ ନାୟକ,ନିହାଲ ନାୟକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଏହା ଦେଖି ସ୍କୁଲ କର୍ତ୍ତୃପକ୍ଷ ସମସ୍ତଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।

ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଗୁରୁତର ଛାତ୍ର ଯୋଶ୍ ନାୟକଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସେପଟେ ଏନେଇ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ବାଲିଗୁଡ଼ା ଥାନାରେ ଏତଲା ଦେଇଥିବା ବେଳେ ଅଭିଯୋଗ ପ୍ରକାରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ଏହି ବିସ୍ଫୋରକ ସାମଗ୍ରୀ ବିଦ୍ୟାଳୟ ପରିସରକୁ କେମିତି ଓ କେଉଁଠୁ ଆସିଲା ତାହା ତଦନ୍ତ ସାପେକ୍ଷ ।

Leave a Reply

Your email address will not be published. Required fields are marked *