Pratidin TV

Odisha's Digital News Platform

ଛାତ୍ରୀଙ୍କୁ ମିଳିବ ଋତୁସ୍ରାବଜନିତ ଛୁଟି…କିନ୍ତୁ ଏହି ସବୁ ସର୍ତ୍ତ ରଖିଲା ପଞ୍ଜାବ ବିଶ୍ୱବିଦ୍ୟାଳୟ

1 min read

ବାଳିକା ଛାତ୍ରୀ ତଥା ମହିଳାଙ୍କୁ ଋତୁସ୍ରାବ ସମୟରେ ଛୁଟି ମିଳିବା ଉଚିତ ଇ ନୁହେଁ ଏହି ପ୍ରସଙ୍ଗରେ ଦୀର୍ଘ ସମୟ ଧରି ଏକ ବିତର୍କ ଚାଲିଛି | କେହି କେହି ଏହାର ସପକ୍ଷରେ କହିଲା ବେଳେ, କେହି କେହି ଏହାକୁ କରୁଛନ୍ତି ବିରୋଧ | ତେବେ ପଞ୍ଜାବର ଲୋକମାନେ ସପକ୍ଷରେ କହି ଏହି ପ୍ରସଙ୍ଗରେ ନିଷ୍ପତି ନେଇଛନ୍ତି | ବାସ୍ତବରେ, ପଞ୍ଜାବ ବିଶ୍ୱ ବିଦ୍ୟାଳୟ ପରିଚାଳନା ସମୟ ମଧ୍ୟରେ ଝିଅମାନଙ୍କୁ ଛୁଟି ଦେବାର ପ୍ରସ୍ତାବକୁ ଅନୁମୋଦନ କରିଛି | ଏହି ବିଜ୍ଞପ୍ତି P.U ପରିଚାଳନା ପକ୍ଷରୁ ବିଭାଗୀୟ ପ୍ରତିଷ୍ଠାନ କେନ୍ଦ୍ର ଏବଂ ଗ୍ରାମୀଣ କେନ୍ଦ୍ର ଅଧକ୍ଷ, ନିର୍ଦ୍ଦେଶକ ଏବଂ ସଂଯୋଜକଙ୍କୁ ଚିଠି ପଠାଇଛି |

ସୂଚନା ଅନୁଯାୟୀ, ଏହି ଛୁଟି ଚଳିତ ବର୍ଷରୁ ଲାଗୁ ହେବାକୁ ଯାଉଛି | ପଞ୍ଜାବ ୟୁନିଭରସିଟିର ଭାଇସ ଚାନସେଲର ଏହାକୁ ଅନୁମତି ପ୍ରଦାନ କରିଛନ୍ତି। ମାତ୍ର ଏଥିପାଇଁ କିଛି ସର୍ତ୍ତ ଲାଗୁ କରାଯାଇଛି।

Advertisement

ସର୍ତ୍ତ ଅନୁସାରେ, ପ୍ରତି ମାସରେ ଛାତ୍ରୀମାନଙ୍କୁ ଋତୁସ୍ରାବଜନିତ ଛୁଟି କେବଳ ଗୋଟିଏ ଦିନ ମିଳିବ । ଏହି ଛୁଟି ପ୍ରତି ସେମିଷ୍ଟାର ପାଇଁ ୪ ଦିନ ଓ ବର୍ଷକ ପାଇଁ ୮ ଦିନ ଅନୁମୋଦିତ ହୋଇଛି । କିନ୍ତୁ ଏହାକୁ ନେବା ପାଇଁ ବି ଛାତ୍ରୀମାନଙ୍କୁ କିଛି ସର୍ତ୍ତ ପୂରଣ କରିବାକୁ ପଡ଼ିବ । ଯେପରିକି ଏହି ଛଟି ପାଇବାକୁ ବର୍ଷକରେ ସେମାନଙ୍କ ଉପସ୍ଥାନ ୭୫ ପ୍ରତିଶତ ହେବା ଆବଶ୍ୟକ । ଏଥିପାଇଁ କେଉଁ ଛାତ୍ରୀଙ୍କୁ ଋତୁସ୍ରାବଜନିତ ଛୁଟି ମିଳିକ କି ନାହିଁ ତାହା ସେମାନଙ୍କ ଉପସ୍ଥାନ (attendance) ଉପରେ ନିର୍ଭର କରେ। ଏହି ଛୁଟି ପରୀକ୍ଷା କିମ୍ବା ପ୍ରାକ୍ଟିକାଲ ପରୀକ୍ଷା ସମୟରେ ମିଳିପାରିବ ନାହିଁ | ଏହି ଛୁଟି ପାଇଁ ଛାତ୍ରୀମାନଙ୍କୁ ସେଲ୍ଫ ସାଟିଫିକେର୍ଟ ଦେବାକୁ ପଡ଼ିବ । ଆଗାମୀ ୫ ୱାର୍କିଂ ଦିନ ମଧ୍ୟରେ ଏଥିପାଇଁ ଫର୍ମ ପୂରଣ କରିବାକୁ ପଡ଼ିବ ।ତେବେ ଏହା ପ୍ରତି ସେମିଷ୍ଟାର ପିଛା ଛାତ୍ରୀଙ୍କୁ ୧୨ଟି ଛୁଟି ପ୍ରଦାନ କରାଯିବ |

Leave a Reply

Your email address will not be published. Required fields are marked *