ପଣକିଆ କହି ପାରିଲେନି ଛାତ୍ରଛାତ୍ରୀ: ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ
1 min readଭୁବନେଶ୍ୱର: ୪ ଦିନିଆ ବାଲେଶ୍ୱର ଗସ୍ତରେ ରହିଛନ୍ତି ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ର୍ର୍ର୍ରମେ ଜିଲ୍ଳା ଗସ୍ତରେ ରହିଥିବା ସମୀର ଦାସ ସ୍କୁଲ ଭ୍ରମଣରେ ଯାଇଥିଲେ । ଛାତ୍ରଛାତ୍ରୀ ମାନେ ୩ ଖନ୍ଦା ପଣିକିଆ କହି ନପାରିବାରୁ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ ସହିତ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାବୀର ନୋଡାଲ ୟୁପି ସ୍କୁଲରେ । ସୂଚନା ଅନୁସାରେ, ଆଜି ଗଣ ଶିକ୍ଷା ମନ୍ତ୍ରୀ ଆକ୍ସନ ମୁଡକୁ ଚାଲି ଆସିଥିବା ବେଳେ ଛାନିଆ ହୋଇ ଯାଇଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ୫ଟି ସ୍କୁଲ୍ ପରିଦର୍ଶନ କରିବାକୁ ଯାଇ ମହାବୀର ନୋଡାଲ ୟୁପି ସ୍କୁଲରେ ଗଣଶିକ୍ଷା ମନ୍ତ୍ରୀ ପହଞ୍ଚିଥିଲେ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସ୍କୁଲ ପରିଦର୍ଶନ କରିଥିଲେ । ଏହି ସମୟରେ ମନ୍ତ୍ରୀ ତୃତୀୟ ଶ୍ରେଣୀ ପିଲାଙ୍କୁ ତିନିକ ପଣିକିଆ ଡାକିବାକୁ କହିଥିଲେ । କିନ୍ତୁ ପିଲା ପଣିକିଆ ଡାକି ପାରିବାରୁ ମନ୍ତ୍ରୀ କ୍ଷୁବ୍ଧ ହୋଇଥିଲେ । ଏହା ସହିତ କାରଣ ଦର୍ଶାଅ ନୋଟିସ ସହିତ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କରିଛନ୍ତି । ଆସନ୍ତା ୧୫ ଦିନ ଭିତରେ ନୋଟିସ୍ର ଉତ୍ତର ଦେବାକୁ ମଧ୍ୟ ସମ୍ପୃକ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଦେ୍ର୍ଧଶ ଦିଆଯାଇଛି ।