Pratidin TV

Odisha's Digital News Platform

ପିଶାଚ ପାଲଟିଲେ ପୋଲିସ ବାବୁ,୪ବର୍ଷର ନାବାଳିକାଙ୍କୁ କଲେ ଦୁଷ୍କର୍ମ…

1 min read

ରକ୍ଷକ ସାଜିଲା ଭକ୍ଷକ । ନୃଶସଂତାର ସବୁ ସୀମାପାର କଲେ ପୋଲିସ ବାବୁ । ଦେହର ଭୋକ ମେଣ୍ଟାଇବାକୁ ଯାଇ ୪ ବର୍ଷର ନାବାଳିକାକୁ କଲଲେ ଦୁଷ୍କର୍ମ । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ରାଜସ୍ଥାନର ଦୋସା ଜିଲ୍ଲାରେ ଜଣେ ସବ୍‌-ଇନ୍ସପେକ୍ଟର ଶୁକ୍ରବାର ଦିନ ଜଣେ ଚାରି ବର୍ଷର ବାଳିକାକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ କ୍ରୋଧିତ ଲୋକମାନେ ପୋଲିସ ଷ୍ଟେସନ ଘେରାଉ କରିଥିଲେ । ଖବର ମୁତାବକ, ରାଜସ୍ଥାନ ଜିଲ୍ଲାର ଲାଲସୋଟ ଅଞ୍ଚଳରେ ଭୁପେନ୍ଦ୍ର ସିଂ ନାମକ ଅଭିଯୁକ୍ତ ସବ୍‌-ଇନ୍ସପେକ୍ଟର ଅପରାହ୍ନରେ ୪ ବର୍ଷର ନାବାଳିକାଙ୍କୁ କଥାରେ ଫସାଇ ରୁମକୁ ନେଇ ଦୁଷ୍କର୍ମ କରିଛନ୍ତି । କେବଳ ସେତିକି ନୁହେଁ, ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପଚରାଉଚରା କରିଥିବା ରାମଚନ୍ଦ୍ର ସିଂ ନେହେରା କହିଛନ୍ତି । ସେ କହିଛନ୍ତି ଯେ ଏହି ଘଟଣା ପରେ ସ୍ଥାନୀୟ ଲୋକ ଥାନା ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ । କ୍ରୋଧିତ ଲୋକମାନେ ଅଭିଯୁକ୍ତ ସବ୍‌-ଇନ୍ସପେକ୍ଟରଙ୍କୁ ଧରିଥିଲେ ଏବଂ ତାଙ୍କୁ ପିଟିପିଟି ହତ୍ୟା କରିଥିଲେ । ପରେ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ସେପଟେ ବିଜେପି ସାଂସଦ କିରୋଡି ଲାଲ ମୀନା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଥିଲେ ।

Advertisement

Leave a Reply

Your email address will not be published. Required fields are marked *