Pratidin TV

Odisha's Digital News Platform

ସାବଧାନ ! ଦ୍ୱିନ-ଦ୍ୱିପହରରେ ଡିକି ଭାଙ୍ଗି ଲୁଟି ନେଉଛନ୍ତି ଦୁର୍ବୁତ୍ତ ..

1 min read

ସୁବର୍ଣ୍ଣପୁର : ଦିନ ଦ୍ବିପ୍ରହରରେ ଗାଡି ଡିକିରୁ ଟଙ୍କା ଲୁଟ । ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ। ସୁବର୍ଣ୍ଣପୁର– ବିନିକା ରାସ୍ତା ବାଇଗଣଯୁରୀ ଛକର ଏକ ହୋଟେଲ ସମ୍ମୁଖରୁ ଡିକି ଭାଙ୍ଗୀ ୨ ଲକ୍ଷ ୧୦ହଜାର ଟଙ୍କା ଲୁଟ । ଖଲିଆପାଲି ଗାଁର ରୋହନ କୁମାର ସାହୁ ବରୋଦା ବ୍ୟାଙ୍କରୁ ଟଙ୍କା ଉଠାଇ ନିଜଗାଁକୁ ଫେରୁଥିବା ବେଳେ ପାଣି ବୋତଲ କିଣିବାକୁ ବାଇଗଣ ଯୁରୀ ଛକଠାରେ ଅଟକି ଥିଲେ ।

Advertisement

ରୋହନ ପାଣି କିଣୁଥିବା ବେଳେ ଦୁଇଜଣ ଯୁବକ ଏକ ବାଇକରେ ଆସି ଗାଡି ଡିକି ଭାଙ୍ଗୀ ଟଙ୍କା ଚୋରୀ କରି ନେଇ ଯାଇଥିବା ସୂଚନା ମିଳିଛି । ରୋହନ ଖଲିଆ ପାଲିଗାଁରେ ଏକକି ଓସ୍କ ବ୍ୟାଙ୍କ କରିଥିବା ସୂଚନା ରହିଛି । ଏନେଇ ରୋହନ ସୋନପୁର ଥାନରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ଘଟଣାର ତନାଘନା ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *