(ଭିଡିଓ)ଥାନାରେ ପ୍ରେମୀ ଯୁଗଳଙ୍କ ବିବାହ କରାଇଲା ପୋଲିସ
1 min readସୋନପୁର : ହାର ମାନିଲା ପରିବାର , ମାଡ ମାରି ଗାଳିଗୁଲଜ କରି ଘରେ ବନ୍ଧ କରି ରଖିଥିବା ଝିଅକୁ ବିବାହ କରାଇଲା ସୁବର୍ଣ୍ଣପୁର ଥାନା ପୋଲିସ । ଥାନରେ ବିବାହ କଲେ ପ୍ରେମୀ ଯୁଗଳ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପରିସର ରେ ବୁଧବାର ଦୁଇ ପ୍ରେମୀ ଯୁଗଳଙ୍କ ବିବାହ । ଦୀର୍ଘ ଦେଢ଼ ବର୍ଷ ହେବ ସମ୍ବଲପୁର ଜିଲ୍ଲା ତାଲପାଲି ଗାଁ ର ଯୁବକ ଆକାଶ ନାଏକ ସୁବର୍ଣ୍ଣପୁର ଜିଲ୍ଲା ବିନିକା ର ଯୁବତୀ ଶିଳ୍ପା ନାଏକ ଙ୍କୁ ପ୍ରେମ କରୁଥିଲେ ।
ଘରେ ଦୁହିଁଙ୍କ ବିଷୟରେ ଜାଣିବାକୁ ପାଇବା ପରେ ଉଭୟଙ୍କ ଘରେ ଦୁହିଙ୍କୁ ନିସ୍ତୁକ ମାଡ ମାରିଥିଲେ । ତେବେ ମୌକା ଦେଖି ଶିବରାତ୍ରୀ ଦିନ ଦୁଇ ଜଣ ମିଶି ଫେରାର ମାରିଥିଲେ । ପରେ ଶିଳ୍ପା ଙ୍କ ପରିବାର ପକ୍ଷରୁ ବିନିକା ଥାନାରେ ଅଭିଯୋଗ କରାଯାଇଥିଲା । ଅନ୍ୟପଟେ ଶିଳ୍ପାନଙ୍କୁ ନେଇ ଘରକୁ ଯାଇଥିବା ଆକାଶ ମଧ୍ୟ ନିଜ ଘରୁ ନିରାଶ ହୋଇଯାଇଥିଲା । କାରଣ ସେଠାରେ ଶିଳ୍ପାଙ୍କୁ ଆକାଶର କାକା ଓ ମା ମିଶି ଦୁହେଁ ମାଡ ମାରିଥିଲେ । ଏହାପରେ ଆକାଶଙ୍କ ପରିବାର ଶିଳ୍ପାଙ୍କୁ ଏକ ଅଟୋଯୋଗେ ତାଙ୍କ ଘରେ ଛାଡିଦେବାକୁ ପଠାଇଥିଲେ । ବାଟରେ ଶିଳ୍ପାଙ୍କ ଅଜାଙ୍କ ସହ ଆଉା ୨ ଜଣ ମିଶି ଅଟୋକୁ କାବୁ କରିାବ ସହ ଶିଳ୍ପାଙ୍କ ସହ ମିଶି ଥାନାର ଦ୍ୱରାସ୍ତ ହୋଇଥିଲେ । ଏବଂ ଆକାଶଙ୍କ ପରିବାର ନାମରେ ଲିଖିତ ଅଭିଯୋଗ କରିଥିଲେ । ସେହିପରି ଆଜି ବିନିକା ପୋଲିସ ଦୁଇ ପରିବାର ଙ୍କୁ ଡାକି ଆପୋସ ବୁଝାମଣା କରି ପ୍ରେମୀ ଯୁଗଳ ଙ୍କୁ ଧରି କୋର୍ଟ ମ୍ୟାରେଜ ସହ ଥାନା ପରିସର ରେ ବିବାହ କରିଥିଲେ । ଏବେ ବିବାହ ପରେ ପ୍ରେମୀ ଯୁଗଳ ଖୁସି ଥିବା କହିଛନ୍ତି ।