Pratidin TV

Odisha's Digital News Platform

ଏମିଲୀଙ୍କୁ ବିବାହ କରିଥିଲେ ସୁବାଷ ଚନ୍ଦ୍ର ବୋଷ ; ପ୍ଲେନ୍ କ୍ରାସ୍ ପୂର୍ବରୁ ଜନ୍ମ ହୋଇଥିଲା ଝିଅ ଅନିତା ଆଉ ଏବେ ….

1 min read

ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରେମ କାହାଣୀ ; ‘ମୋର ପ୍ରିୟ, ଯେତେବେଳେ ସମୟ ଆସେ, ବରଫ ମଧ୍ୟ ତରଳି ଯିବା ଆରମ୍ଭ କରେ, ଏହା ମୋ ଭିତରେ ଥିବା ଅନୁଭବ ଯାହାକୁ ମୁ ନିୟନ୍ତ୍ରଣ କରିପାରିନାହିଁ । ମୁଁ ତୁମକୁ କେତେ ଭଲ ପାଏ ତାହା କହିବା ପାଇଁ ମୁଁ ନିଜକୁ ଲେଖିବାରୁ ଅଟକାଇ ପାରିବି ନାହିଁ । ମୋର ପ୍ରିୟ, ତୁମେ ମୋର ହୃଦୟର ରାଣୀ । କିନ୍ତୁ ତୁମେ ମଧ୍ୟ ମୋତେ ଭଲ ପାଅ କି? ଭବିଷ୍ୟତ କ’ଣ ହେବ ମୁଁ ଜାଣେ ନାହିଁ । ଏହା ସମ୍ଭବ ଯେ ତୁମକୁ ସମଗ୍ର ଜୀବନ ଜେଲରେ ବିତାଇବାକୁ ପଡିବ । ଏହା ମଧ୍ୟ ସମ୍ଭବ ଯେ ମୋତେ ଗୁଳି ବା ଫାଶୀ ଦିଆଯାଇପାରେ । ଏହା ସମ୍ଭବ ଯେ ମୁଁ ତୁମକୁ କେବେବି ଦେଖିପାରେ ନାହିଁ । ମୁଁ କଦାପି ଚିଠି ଲେଖିବାକୁ ସକ୍ଷମ ନୁହେଁ । କିନ୍ତୁ ମୋତେ ବିଶ୍ୱାସ କର, ତୁମେ ସବୁବେଳେ ମୋ ହୃଦୟରେ ରହିବ । ତୁମେ ମୋର ଚିନ୍ତାଧାରା ଏବଂ ମୋର ସ୍ୱପ୍ନରେ ରହିବ ।

ଯଦି ଆମେ ଏଇ ଜୀବନରେ ନଦେଖା ହେବା ତେବେ ଆର ଜନ୍ମରେ ମୁଁ ତୁମକୁ ଅପେକ୍ଷା କରିବି । ଏହି ଚିଠିଟି ଆମେନୁହଁ ବରଂ ୧୯୩୬ ମସିହାରେ ସୁବାଷ ଚନ୍ଦ୍ର ବୋଷ ନିଜ ପ୍ରେମିକ ଏମିଲୀ ଶେଂକଳ ଙ୍କୁ ଲେଖିଥିଲେ । ତେବେ ସୁବାଷ ଏହି ଚିଠିଟିକୁ ଏମିଲୀଙ୍କୁ ପଠାଇ ପଢିବାପରେ ପୋଡିଦେବାକୁ କହିଥିଲେ କିନ୍ତୁ ଏମଲୀ ଏହାକୁ ସାଇତି ରଖିଥିଲେ । ଆଜି ସୁବାଷ ଚନ୍ଦ୍ର ବୋଷଙ୍କ ୧୨୭ ତମ ଜୟନ୍ତୀରେ ଆମେ ଆପଣଙ୍କୁ ତାଙ୍କ ପ୍ରେମ ଜୀବନର ସଂଘର୍ଷ ବିଷୟରେ ଜଣାଇବୁ ।

ଯେତେବେଳେ ସୁବାଷ ୟୁରୋପ ଯାଇଥିଲେ –
୧୯୩୨ ମସିହାର କଥା । ଗାନ୍ଧିଜୀ ନାଗରିକ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ। ଏଥିରେ କଂଗ୍ରେସର ଜଣେ ଯୁବ ନେତା ସୁବାଷ ଚନ୍ଦ୍ର ବୋଷ ମଧ୍ୟ ଭାଗ ନେଇଥିଲେ। ସେ ଜେଲରେ ଥିଲେ, ଫେବୃଆରୀ ମାସରେ ପ୍ରବଳ ଥଣ୍ଡା ସମୟରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା। ବ୍ରିଟିଶ ସରକାର ତାଙ୍କୁ ଚିକିତ୍ସା ପାଇଁ ୟୁରୋପ ପଠାଇଥିଲେ। ବୋଷଙ୍କ ପରିବାରକୁ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ କୁହାଯାଇଥିଲା। ବୋଷ ଚିକିତ୍ସା ପାଇଁ ଉପଯୁକ୍ତ ଅଷ୍ଟ୍ରିଆର ରାଜଧାନୀ ଭିଏନାକୁ ବିବେଚନା କଲେ । ତେବେ ସେଠାରେ ବହୁ ସଂଖ୍ୟକ ଭାରତୀୟ ଛାତ୍ର ଅଧ୍ୟୟନ କରୁଥିଲେ । ବୋଷ ଏହି ଛାତ୍ରମାନଙ୍କୁ ଚିକିତ୍ସା ସମୟରେ ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରସ୍ତୁତ କରିବାକୁ ଯୋଜନା କରିଥିଲେ ।

ସୁବାଷ ଏମିଲୀଙ୍କୁ ଏହିଠାରେ ପ୍ରଥମ ଭେଟିଥିଲେ –
୧୯୩୪ ମସିହାରେ ଜଣେ ୟୁରୋପୀୟ ପ୍ରକାଶକ ବା ପବ୍ଲିଶର ସୁବାଷଙ୍କୁ ‘ଇଣ୍ଡିଆନ୍ ଷ୍ଟ୍ରଗଲ୍’ ପୁସ୍ତକ ଲେଖିବାକୁ କହିଥିଲେ। ଏହି କାର୍ଯ୍ୟ ପାଇଁ, ବୋଷ ଜଣେ ସହାୟକ ଆବଶ୍ୟକ କରିଥିଲେ । ଯିଏ ଇଂରାଜୀ ଜାଣିଥିବା ଦରକାର ତା ସହ ଟାଇପିଂ । ତେବେ ୟୁରୋପରେ ବୋଷଙ୍କ ସାଙ୍ଗ ମାଥୁରଙ୍କ ରେଫରେନ୍ସରେ ଜଣେ ୨୩ ବର୍ଷର ଝିଅ ଏହି କାମ ପାଇଁ ବିବେଚିତ ହେଲେ । ସେ ଥିଲେ ୨୩ ବର୍ଷିୟ ଏମିଲୀ ଶେଂକଳ ।

ବୋଷ ଏମିଲିଙ୍କୁ ଏହି କାମ ରେ ଲଗାଇଦେଇଥିଲେ । ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କୀୟ ସୁଗାତା ବୋଷ ‘ ହିଜ୍ ମେଜେଷ୍ଟ୍ରି ଅପୋନେଣ୍ଟ – ସୁବାଷ ଚନ୍ଦ୍ର ବୋଷ ଆଣ୍ଡ ଇଣ୍ଡିଆଜ୍ ଷ୍ଟ୍ରଗଲ ଏଗେଷ୍ଟ ଅମ୍ପାୟାର ରେ ଲେଖିଥିଲେ ଯେ ପୂର୍ବରୁ ସୁଭାଷ ଚନ୍ଦ୍ର ବୋଷଙ୍କୁ ପ୍ରେମ ଏବଂ ବିବାହର ଅନେକ ଅଫର ମିଳିଥିଲା। କିନ୍ତୁ ସେ ଆଗ୍ରହ ପ୍ରକାଶ କଲେ ନାହିଁ। କିନ୍ତୁ ଏମିଲିଙ୍କ ସୈନ୍ଦର୍ଯ୍ୟ ସୁବାଷଙ୍କ ଉପରେ ପ୍ରେମର ଯାଦୁ ଚଳାଇଥିଲା । ପ୍ରେମର ପ୍ରଥମ ପଦକ୍ଷେପ ସୁଭାଷ ଚନ୍ଦ୍ର ବୋଷଙ୍କଠାରୁ ଆସିଥିଲା। ସେମାନଙ୍କର ସମ୍ପର୍କ ରୋମାଣ୍ଟିକ୍ ହୋଇଥିଲା ଯାହା ଏମିଲୀ ଲେଖକ ସୁଗାତା ବୋଷଙ୍କୁ କହିଥିଲେ।

ଦୁହେଁ ବିବାହ କଲେ କିନ୍ତୁ ତାକୁ ଗୋପନୀୟ ରଖିଥିଲେ- ରୁଦ୍ରାନସୁ ମୁଖାର୍ଜୀ ତାଙ୍କ ପୁସ୍ତକ ‘ନେହେରୁ ଏବଂ ବୋଷ – ସମାନ୍ତରାଳ ଜୀବନ’ ରେ ଲେଖିଛନ୍ତି ଯେ ସୁଭାଷ ଏବଂ ଏମିଲୀ ଜାଣିଥିଲେ ଯେ ସେମାନଙ୍କ ସମ୍ପର୍କ ଅଲଗା ଏବଂ କଷ୍ଟକର ହେବ। ଏମିଲୀ ବୋଷଙ୍କୁ ‘ମିଷ୍ଟର ବୋଷ’ ଭାବରେ ଡାକୁଥିଲେ । ଯେତେବେଳେ ବୋଷ ତାଙ୍କୁ ‘ମିସ୍ ଶେଂକଳ’ କିମ୍ବା ‘ମୋତି ଶେଂକଳ ‘ ଭାବରେ ଲେଖୁଥିଲେ । ଡିସେମ୍ବର ୨୬, ୧୯୩୭ ଏମିଲୀ ଙ୍କ ୨୭ ତମ ଜନ୍ମଦିନ ଥିଲା । ଏହି ଦିନ ଦୁହେଁ ବିବାହ କରିଥିଲେ। ଅଷ୍ଟ୍ରିଆର ବାଡଷ୍ଟାଇନ୍ରେ ଏହି ବିବାହ ହୋଇଥିଲା । ଏହି ଦିନ, ଜଣେ ସାଧାରଣ ଭାରତୀୟ କନ୍ୟାଙ୍କ ପରି ମଥାରେ ସିନ୍ଦୁର ଭରିଥିଲେ ଏମିଲୀ ।

ତେବେ ଦୁହେଁ ନିଜ ବିବାହକୁ ଗୁପ୍ତ ରଖିଥିଲେ। ବିବାହକୁ ଗୁପ୍ତ ରଖିବା ପଛରେ ସମ୍ଭାବ୍ୟ କାରଣ ବିଷୟରେ ଉଲ୍ଲେଖ କରି ରୁଦ୍ରନସୁ ମୁଖାର୍ଜୀ ଲେଖିଛନ୍ତି ଯେ ଏହା ସମ୍ଭବ ଯେ ସୁବାଷ ଜଣେ ବିଦେଶୀ ମହିଳାଙ୍କୁ ବିବାହ କରି ତାଙ୍କ ରାଜନୈତିକ କ୍ୟାରିୟରକୁ ପ୍ରଭାବିତ କରିବାକୁ ଚାହୁଁନାହାଁନ୍ତି। ଏହା ତାଙ୍କ ଭାବମୂର୍ତ୍ତିକୁ ପ୍ରଭାବିତ କରିଥାନ୍ତା । ବିବାହ ସମୟରେ ସୁଭାଷଙ୍କୁ ୪୧ ବର୍ଷ ହୋଇଥିଲା। ତେଣୁ ସେ ଏହାକୁ ଲୁଚାଇରଖିଥିଲେ ।

ସୁବାଷ ଓ ଏମିଲୀଙ୍କ ଝିଅ ଅନିତା – ନଭେମ୍ବର ୨୯, ୧୯୪୨ ରେ, ଏମଲୀ ଗୋଟିଏ ଝିଅ ଜନ୍ମଦେଇଥିଲେ । ଯାହାଙ୍କ ନାମ ସୁବାଷ ଓ ଏମିଲୀ ମିଶି ଅନିତା ରଖିଥିଲେ । ତେବେ ଝିଅ ନାମକରଣ ପରେ ସୁବାଷ ବିଏନା ଯାଇଥିଲେ । ଆଉ ଏହା ଏମିଲୀ ଆଉ ଝିଅ ଅନିତାଙ୍କ ସହ ସୁବାଷଙ୍କର ଶେଷ ଦେଖା ଥିଲା । ଏହାପରେ ୧୯୪୫ ମସିହାରେ ବିମାନ ଦୁର୍ଘଟଣାରେ ସୁବାଷ ଚନ୍ଦ୍ର ବୋଷଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଏମିଲି ୧୯୯୬ ପର୍ଯ୍ୟନ୍ତ ଜୀବନ୍ତ ରହିଲେ ଏବଂ ସୁବାଷଙ୍କ ସହ ତାଙ୍କ ବିବାହକୁ ଗୁପ୍ତ ରଖିବାକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଥିଲେ। ବୋଷ ଦେଶ ପାଇଁ ସହିଦ ହୋଇଥିଲେ, କିନ୍ତୁ ଏମିଲି ମଧ୍ୟ ପ୍ରେମରେ ଶହୀଦ ହେବାରେ କୌଣସି ରାସ୍ତା ଛାଡି ନଥିଲେ। ବୋଷଙ୍କ ପ୍ରେମ ବିବାହକୁ ଏମଲୀ ଦୁନିଆଠଅରୁ ଲୁଚାଇ ରଖିଥିଲେ । ସତରେ ପ୍ରେମ ବଳିଦାନ ଚାହେଁ । ଏମିଲୀ ସତ ପ୍ରେମର ଏକ ଜୀବନ୍ତ ପ୍ରତିମୂର୍ତ୍ତି । ବୋଷଙ୍କ ମୃତ୍ୟୁ ପରେ ନାତ ସେ କାନ୍ଦିପାରିଥିଲେ ନା କାହା ସାମ୍ନାରେ ନିଜ ସ୍ୱାମୀଙ୍କୁ ନେଇ ଗର୍ବ କରିପାରୁନଥିଲେ ଯେ ଦେଖ ମୋ ସ୍ୱାମୀ ଦେଶ ପାଇଁ ସହିଦ୍ ହୋଇଗଲେ ସତରେ ଏମିଲୀଙ୍କ ବୋଷଙ୍କ ପ୍ରେମ କାହାଣୀ ଖୁବ୍ ନିଆରା ଥିଲା ।

Leave a Reply

Your email address will not be published. Required fields are marked *