Pratidin TV

Odisha's Digital News Platform

ବାଲିର ଚାଦର ତଳେ କଟକ ସହର : କୋଦାଳ ଫାଉଡ଼ା ଧରି ରାସ୍ତା ସଫା କଲେ ସୁବାଷ ସଙ୍ଗଠନ , କେବେ ଭାଙ୍ଗିବ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ?..

1 min read

କଟକ : କୁମ୍ବକର୍ଣ୍ଣ ନିଦ୍ରାରେ ପ୍ରଶାସନ । ଦାୟିତ୍ୱ ମନେପକାଇବାକୁ ମାତିଲେ ସୁବାଷ ସଙ୍ଗଠନ , ରାଜ ରାସ୍ତାରୁ ସଫାକଲେ ବାଲି । ନିଜର ଦାୟିତ୍ୱ କର୍ତ୍ତବ୍ୟ ଭୁଲି କେତେଦିନ ଏଭଳି ଅଚିନ୍ତା ନିଦ୍ରାରେ ଶୋଇବ ପ୍ରଶାସନ ? ଦୈନିକ ବାଲିଘାଟରୁ ବାଲି ଚାଲାଣ ବେଳେ ଠିକ୍ ରୂପେ ପାଲ ଦ୍ୱାରା ଢାଙ୍କି କରି ନନେବା ଓ ଓଦା ବାଲି ଚାଲାଣ ଯୋଗୁଁ ବାଲି ପଡ଼ି କଟକ ସହରର ରାସ୍ତା ଗୁଡ଼ିକ ବିପଦପୂର୍ଣ୍ଣ ହୋଇ ପଡ଼ିଛି । ଜନସାଧାରଣଙ୍କୁ ଗାଡିର କାଗଜପତ୍ର ଯୋଗାଡ଼ କରିବାକୁ ୬ ମାସ ସମୟ ଦିଆଗଲା । କିନ୍ତୁ ସହରର ରାସ୍ତା ଘାଟ ଏବଂ ୬ ମାସ ଭିତରେ ଠିକ ହେଇ ପାରିଲା ନାହିଁ କାହିଁକି ? ପ୍ରଶାସନ ପାଇଁ ଜନ ଜୀବନ କଣ ଏତେ ମୂଲ୍ୟହୀନ । ରାସ୍ତାରେ ପଡିଥିବା ରଚାବାଲି ଯୋଗୁ କାର,ବାଇକ,ଅଟୋ ରିକ୍ସ ତଥା ସାଇକେଲ ଚାଳକ , ସ୍କୁଲ ଛୁଆ ଇତ୍ୟାଦି ପ୍ରତ୍ୟକଦିନ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

Advertisement

ଜଳବନ୍ଦୀରୁ ମୁକ୍ତି ଦେବା ନାମରେ, କଟକର ରାସ୍ତାକୁ ଜାଇକା ବାରମ୍ବାର ବଳାତ୍କାର କରିବାରେ ଲାଗିଛି । ଆଗରୁ ଟିକିଏ ବର୍ଷା ହେଲେ, କଟକ ସହର ଜଳମୟ ହେଉଥିଲା । ମାତ୍ର ଆଜି ଜାଇକା ଯୋଗୁଁ କଟକ ସହର କେବଳ ଜଳମୟ ନୁହେଁ, କାଦୁଅମୟ ଓ ଅବୈଧ ବାଲି ଚାଲାଣ ଯୋଗୁଁ ବାଲିମୟ ହୋଇ ବିପଦପୂର୍ଣ୍ଣ ହେବାରେ ଲାଗିଛି । କେଉଁଠି ରାସ୍ତାରେ ଲାଇଟ ନଥିବାରୁ ଅନ୍ଧାର ଯୋଗୁଁ ଓ କେଉଁଠି ବାଲି ଯୋଗୁଁ ଦୁର୍ଘଟଣା ଘଟୁଛି । ନିୟମକୁ ଅବମାନନା କରି ,ବାଲି ଚାଲାଣ ବେଳେ ରାସ୍ତାରେ ବାଲି ପଡିବା ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି । କିନ୍ତୁ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉ ନାହିଁ, କି ନଜର ପଡୁନାହିଁ ।

କେବଳ ସଡକ ସୁରକ୍ଷା ଆଇନ ନାମରେ, ସାଧାରଣ ଜନତାଙ୍କୁ ହଇରାଣ କରାଯାଉଛି !ଜୁଲମ କଣ ଖାଲି ସାଧାରଣ ଲୋକ ସହିବେ ? ଏହାକୁ ପ୍ରତିବାଦ କରିବାକୁ ଯାଇ ଆଜି କଟକ ସହରର ସୁପରିଚିତ ତଥା ଅଗ୍ରଣୀ ସାମାଜିକ ସଙ୍ଗଠନ ‘ ସୁବାଷ ସଙ୍ଗଠନ ‘ ର ସଦସ୍ୟ ମାନେ ଏକ ଅଭିନବ ଢ଼ଙ୍ଗରେ ପ୍ରତିବାଦ କହିଛନ୍ତି। ମଙ୍ଗଳାବାଗ ରିଙ୍ଗ ରୋଡ ଠାରୁ ସଙ୍ଗଠନର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ସଦସ୍ୟ ମାନେ ନିଜେ କୋଦାଳ ଓ ଫାଉଡା ଧରି ରାସ୍ତା କଡ଼ରେ ପଡ଼ିଥିବା ବାଲି ଉଠାଇ କଟକ ମହାନଗର କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିଥିଲେ । ସରକାର,ଜିଲ୍ଲା ପ୍ରଶାସନ ଓ କଟକ ମୁନିସିପାଲଟିର କୁମ୍ଭକର୍ଣ୍ଣ ବା ଶୀତନିଦ୍ରା କେବେ ଭାଙ୍ଗିବ ? ଆଉ ଏ ସବୁ ପ୍ରଶ୍ନ ର ଜବାବ କଟକିଆଙ୍କୁ କେବେ ମିଳିବ ,ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *