Pratidin TV

Odisha's Digital News Platform

ଖୋଲିଲା ସୁଭଦ୍ରା କଲ୍‌ ସେଣ୍ଟର , ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ..

1 min read

ସୁଭଦ୍ରା କଲ୍‌ ସେଣ୍ଟରର ଉଦ୍‌ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଭୁବନେଶ୍ୱର ଓସିଏସି ଠାରେ ଉଦଘାଟିତ ହେଲା ସୁଭଦ୍ରା କଲ ସେଣ୍ଟର । ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା କଲ୍‌ ସେଣ୍ଟର ଉଦ୍‌ଘାଟନ କରି ଦେଇଛନ୍ତି ବଡ ସୂଚନା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ସର୍ବସାଧାରଣ ନିଜର ସୁବିଧା ବିଷୟରେ ପଚାରିବାକୁ ଏହି କଲ ସେଣ୍ଟର ଖୋଲାଯାଇଛି । ତେବେ ଆହୁରି ମଧ୍ୟ କହିଛନ୍ତି, ସୁଭଦ୍ରା ଫର୍ମ ଦାଖଲର କୌଣସି ଶେଷ ତାରିଖ ନାହିଁ । ଶେଷ ଯୋଗ୍ୟ ହିତାଧିକାରୀ ଦାଖଲ କରିବା ଯାଏଁ ଫର୍ମ ଗ୍ରହଣ ହେବ । ସେହିପରି ଶେଷ ଯୋଗ୍ୟ ହିତାଧିକାରୀ ଟଙ୍କା ପାଇବା ଯାଏଁ କଲ ସେଣ୍ଟର ଖୋଲା ରହିବ ।

ସେ ପୁଣି କହିଛନ୍ତି ଯେ, ୧୭ ତାରିଖରେ ସୁଭଦ୍ରାର ପ୍ରଥମ କିସ୍ତି ଟଙ୍କା ଦିଆଯିବ । ତା’ ପରେ ବି ଯିଏ ଆବେଦନ କରିବେ ତାଙ୍କୁ ମଧ୍ୟ ପ୍ରଥମ କିସ୍ତି ମିଳିବ । ୧୭ ତାରିଖ ପରେ ବି ରେଜିଷ୍ଟ୍ରେସନ କଲେ ଟଙ୍କା ପାଇପାରିବେ ଯୋଗ୍ୟ ହିତାଧିକାରୀ ।୨୧ରୁ ୬୦ ବର୍ଷର ମହିଳା ଏଥିପାଇଁ ଆବେଦନ କରିପାରିବେ । ଆଉ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି ଟଙ୍କା ମିଳିବ। ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରକୁ ପର୍ଯ୍ୟାପ୍ତ ସୁଭଦ୍ରା ଫର୍ମ ଦିଆଯାଇଛି।

ଆବେଦନକାରୀମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ‘ମୋ ସେବା କେନ୍ଦ୍ର’ କିମ୍ବା ଜନସେବା କେନ୍ଦ୍ରରେ ଦାଖଲ କରିପାରିବେ ଏବଂ ପୂରଣ କରି ଦାଖଲ କରିବା ସମ୍ପୂର୍ଣ୍ଣ ମାଗଣା ରହିଛି । ଅର୍ଥାତ କାହାରିକୁ ଟଙ୍କାଟିଏ ବି ଦେବାକୁ ପଡିବ ନାହିଁ । କେବଳ ଯୋଗ୍ୟ ହିତାଧିକାରୀ ହିଁ ଏହି ଯୋଜନାର ଲାଭ ପାଇପାରିବେ । ପୂର୍ବରୁ ଏଥିପାଇଁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରି ସାରିଛନ୍ତି ରାଜ୍ୟ ସରକାର । ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଇ-କେୱାଇସି (E-KYC) ବାଧ୍ୟତାମୂଳକ ହୋଇଥିବାରୁ ଆଧାର କାର୍ଡ ସହ ମୋବାଇଲ ଫୋନ ଲିଙ୍କ ରହିଥିବା ଆବଶ୍ୟକ । ନଚେତ ସୁଭଦ୍ରା ଯୋଜନାରୁ ଯୋଗ୍ୟ ହିତାଧିକାରୀ ବି ବଞ୍ଚିତ ହେବେ ।

Leave a Reply

Your email address will not be published. Required fields are marked *