Pratidin TV

Odisha's Digital News Platform

ବୁଧବାର ୧୨ ଟା ପୂର୍ବରୁ ମିଳିବ ସୁଭଦ୍ରା ଟଙ୍କା , ସୂଚନା ଦେଲେ ନିଜେ ଉପମୁଖ୍ୟମନ୍ତ୍ରୀ ।

1 min read

ବୁଧବାର ଅର୍ଥାତ୍ ଆସନ୍ତାକାଲି ଦିନ ୧୨ଟା ପୂର୍ବରୁ ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିଜେ ସୂଚନା ଦେଇଛନ୍ତି । ପୂର୍ବରୁ ୧ ଟଙ୍କାକୁ ନେଇ ଆସିଥିବା ଗୁଜବକୁ କେହି ବିଶ୍ୱାସ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାହା ପାଖକୁ ୧ ଟଙ୍କା ଯାଇଥାଇପାରେ, କାହା ପାଖକୁ ଅଧିକ ଯାଇ ଥାଇପାରେ ଆଉ କାହା ପାଖକୁ ଯାଇ ନ ଥାଇପାରେ । କିନ୍ତୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା କାଲି ୧୨ ଟା ସୁଦ୍ଧା ମିଳିଯିବ ବୋଲି ସେ କହିଛନ୍ତି ।

ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ପଠାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । NPCI କ୍ଲିୟରାନ୍ସ ଥିବା ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ଏହି ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ସୁଭଦ୍ରା’ ପାଇଁ ଏକ କୋଟି ମହିଳା ଆବେଦନ କରିସାରିଲେଣି ।

Advertisement

Leave a Reply

Your email address will not be published. Required fields are marked *