Pratidin TV

Odisha's Digital News Platform

୨ୟ ପର୍ଯ୍ୟାୟରେ ଏହି ମହିଳାଙ୍କୁ ମିଳିବନି ସୁଭଦ୍ରା ଟଙ୍କା !

1 min read

୨ୟ ପର୍ଯ୍ୟାୟରେ ମଧ୍ୟ ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହେବେ ଅନେକ ମହିଳା । ଏନେଇ ଉପମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା । ହାତରେ ମାତ୍ର ରହିଲା ୫ ଦିନ ।ଶୀଘ୍ର କରନ୍ତୁ ଏହି କାମ ନହେଲେ ଲିଷ୍ଟରୁ କଟି ଯିବ ଆପଣଙ୍କ ନାମ । ଅକ୍ଟୋବର ୯ ରେ ମିଳିବ ୨ୟ ପର୍ଯ୍ୟାୟର ଟଙ୍କା ।

ତେବେ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୨୯ ହଜାର ୭୨୦ ହିତାଧିକାରୀଙ୍କ ବ୍ୟାଙ୍କ ଆଟାଉଣ୍ଟକୁ ଟଙ୍କା ପଠାଇବା ପରେ ଏବେ ୨ ୟ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଟଙ୍କା । କିନ୍ତୁ ଏହି ଟଙ୍କା ଦିଆଯିବା ପୂର୍ବରୁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ଥିତି ସମୀକ୍ଷା କରିଛନ୍ତି ।

Advertisement

ଯାହା ଦ୍ୱାରା ୨ୟ ପର୍ଯ୍ୟାୟରେ କିଛି ମହିଳା ଲିଷ୍ଟରୁ କଟିଯାଇ ପାରନ୍ତି ବୋଲି ସୂଚାନ ମିଳିଛି । କାହିଁକି ନା ଯେଊଁ ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ୍ ହୋଇପାରିନାହିଁ । ଯଦି ଆପଣ ଆସନ୍ତା ୬ ତାରିଖ ମଧ୍ୟରେ ଆପଣଙ୍କ ଆଧାର ନଂ ବ୍ୟାଙ୍କ୍ ଆକାଉଣ୍ଟରେ ଲିଙ୍କ୍ କରିନାହାନ୍ତି ତେବେ ଆପଣ ୨ୟ ପର୍ଯ୍ୟାୟ ଟଙ୍କା ପାଇବାରୁ ବଞ୍ଚିତ ରହିବେ ।

Leave a Reply

Your email address will not be published. Required fields are marked *