Pratidin TV

Odisha's Digital News Platform

ସୁଭଦ୍ରା ଯୋଜନା ଟଙ୍କା ପାଇବେନି ମହିଳା , ପୋଷ୍ଟ ଅଫିସ୍ ବାହାରେ ଛିଡା ହୋଇ କାନ୍ଦିଲେ ଏପରି…

ପୋଷ୍ଟ ଅଫିସ୍ ବାହାରେ ଠିଆ ହୋଇ ଭୋ ଭୋ ହୋଇ କାନ୍ଦିଲେ ମହିଳା । ଏତେ ଭିଡରେ ପଶିପାରୁନାହାନ୍ତି ପୋଷ୍ଟ ଅଫିସ ଭିତରକୁ , ଆଧାର କାର୍ଡକୁ ଠିକ୍ କଲେ ଯାଇ ଆବେଦନ କରିପାରିବେ ସୁଭଦ୍ର ଯୋଜନାପାଇଁ । ଆଉ ଆବେଦନ କଲା ପରେ ସିନା ମିଠିବ ଟଙ୍କା । ଏନେଇ ସେ ବଡି ଭୋରୁ ଉଠି ପୋଷ୍ଟ ଅଫିସରେ ଲଗାଇଥିଲେ ଲାଇନ। ହେଲେ ଅଫିସ ଖୋଲିବା ମାତ୍ରେ ହଜାର ହଜାର ଲୋକଙ୍କ ଭିତରେ ମହିଳାଙ୍କ ଉପରେ ମାଡି ଗଲେ ଲୋକେ । ଶେଷରେ ଅଣନିଶ୍ୱାସି ହୋଇ ପଡିଥିଲେ । ଏଭଳି କିଛି ଘଟଣା ବାଲେଶ୍ୱର ସୋରରୁ ସାମ୍ନାକୁ ଆସିଛି ।

ମାଳ ମାଳ ହୋଇ ଜନ ସେବା କେନ୍ଦ୍ର ଓ ଡାକଘରକୁ ଦୌଡୁଛନ୍ତି ଲୋକେ । କେହି କାହାକୁ ମାନୁ ନଥିବା ବେଳେ ଠେଲା ପେଲା ଦଳଚକଡା ହୋଇ ଯାଉଥିବା ଦୃଶ୍ୟ ଏବେ ସାମ୍ନାକୁ ଆସିଛି । ତେବେ ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ଦରକାର ପଡୁଛି ଆଧାରକାର୍ଡ। ଆଉ ଆଧାରକାର୍ଡ ସଂଶୋଧନ ପାଇଁ କରିବାକୁ ପୋଷ୍ଟ ଅଫିସର ପ୍ରବଳ ଭିଡ। ତେବେ ଟିକେ ଭଲ ଭାବେ ଦେଖନ୍ତୁ ଏ ଦୃଶ୍ୟକୁ । ଶହେ କି ୨ଶହ ନୁହେଁ ହଜାର ହଜାର ଲୋକଙ୍କ ଭିଡ ଜମିଛି। ସୋର ମୁଖ୍ୟ ପୋଷ୍ଟଅଫିସ ସାମ୍ନାର ଲୋକେ କିଭଳି ଭାବେ ଠେଲାପେଲା ହୋଇ ଦୌଡୁଛନ୍ତି। କେହି କାହାକୁ ମାନୁ ନଥିବା ବେଳେ ପରସ୍ପର ଉପରକୁ ଚଢି ପଳାଉଛନ୍ତି। ତେବେ ଭୋର ୪ଟାରୁ ଆସି ଲୋକ ଲାଇନ ଲଗାଇଥିବା ବେଳେ ଅଫିସ ଖୋଲୁ ଖୋଲୁ ଗେଟ ଠେଲି ଭିତରକୁ ଦୌଡୁଥିଲେ।

ତେବେ ସେଠାକାର ସ୍ଥିତି ଦେଖି ସୋର ପୋଲିସ ପୋଷ୍ଟ ଅଫିସ ରେ ପହଁଚିଥିଲେ । ରାଜ୍ୟ ରେ ନୂତନ କରି ରାଜ୍ୟ ସରକାର ଗଠନ ପରେ ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳା ମାନଙ୍କୁ ସଶକ୍ତିକରଣ ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଏହି ଯୋଜନା ରେ ଆଧାର ସଂଶୋଧନ ଏକ ଗୁରୁତ୍ବପୁର୍ଣ ଭୂମିକା ଗ୍ରହଣ କରିଛି।ତେଣୁ ସୋର ସହର ରେ ବିଭିନ୍ନ ଜନ ସେବା କେନ୍ଦ୍ର ଓ ଡାକଘର ଆଗ ରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। କିଏ ମୋବାଇଲ ନମ୍ବର ଲିଙ୍କ ତ ପୁଣି ଆଉ କିଏ ବାଇଓମେଟ୍ରିକ୍ ।ଏହି ବାବଦରେ ମଧ୍ୟ ଜନ ସେବା କେନ୍ଦ୍ର ର ମାଲିକ ମାନେ ମାଲା ମାଲ ହେଉଛନ୍ତି ବୋଲି କିଛି ଗ୍ରାହକ ଅଭିଯୋଗ କରିଛନ୍ତି।ବୋଝ ଉପରେ ନଳିତା ବିଡା ପରି ଲୋକ ମାନେ ଭୋକ ଉପାସରେ ପଡ଼ି ରାତି ରୁ ଲମ୍ବା ଲାଇନ ରେ ଅପେକ୍ଷା କରି ମଧ୍ୟ ଆଧାର ସାଇଟ୍ ଅସୁବିଧା ରେ ସମ୍ମୁଖୀନ ହେଇ ସନ୍ଧ୍ୟା ରେ ନିରାଶ ହୋଇ ଘରକୁ ଫେରି ଆସୁଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *