Pratidin TV

Odisha's Digital News Platform

‘ସୁଭଦ୍ରା’କୁ ନେଇ ଆସିଲା ଖୁସି ଖବର ;ମହିଳାଙ୍କୁ ମିଳିବ ଆଉ ୫୦୦ ଟଙ୍କା ବୋନସ୍‌ ..

1 min read

ମହିଳା ମାନଙ୍କୁ ସ୍ଵବିଲମ୍ବୀ କରିବା ପାଇଁ ସରକାର ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ମହିଳା ମାନଙ୍କୁ ଟଙ୍କା ଆସିବା ପରେ  ବ୍ୟାଙ୍କ୍ ସାମ୍ନାରେ ଦେଖିବାକୁ ମିଳିଛି ପ୍ରବଳ ଭିଡ । ହେଲେ ପୁଣି ସୁଭଦ୍ରା ଯୋଜନାକୁ ନେଇ ଉପମୁଖ୍ୟମନ୍ତ୍ରୀ ଦେଇଛନ୍ତି ବଡ଼ ଖବର । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହା କହିଛନ୍ତି ।ଯେଉଁ ମହିଳାମାନେ ସୁଭଦ୍ରା ଅର୍ଥ ରାଶିକୁ ଡିଜିଟାଲି ବ୍ୟୟ କରିବେ ସେମାନଙ୍କୁ ଏହି ବୋନସ୍‌ ମିଳିବ। ‘ସୁଭଦ୍ରା’ଯୋଜନାକୁ ପ୍ରଧାନମନ୍ତ୍ରୀ ଲଞ୍ଚ କରିବା ପରେ ବ୍ୟାଙ୍କ ସାମ୍ନାରେ ଖୁବ୍‌ ଭିଡ ଦେଖିବାକୁ ମିଳିଛି । ଓଡିଶାର ସାଧାରଣ ଜନତାଙ୍କୁ ଆଶ୍ୱସ୍ତି କରି କହିଛନ୍ତି, ସୁଭଦ୍ରା ଯୋଜନାରେ ଆକାଉଣ୍ଟକୁ ଯାଇଥିବା ଟଙ୍କା ଆପଣଙ୍କମାନଙ୍କର।

ସରକାର ତା’ଉପରେ ସୁଧ ନେବେ ନାହିଁ କିମ୍ବା ଫେରାଇ ନେବେ ନାହିଁ। କୌଣସି ଭ୍ରମିତ ଖବରରେ ଚକିତ ହୁଅନ୍ତୁ ନାହିଁ । କିମ୍ବା ଲମ୍ବା ଧାଡି ଲଗାନ୍ତୁ ନାହିଁ । ଯାହା ଆପଣଙ୍କ ଆକଉଣ୍ଟକୁ ଯାଇଛି, ଯେତେବେଳେ ଚାହିଁବେ ଖର୍ଚ୍ଚ କରି ପାରିବେ, ଡିଜିଟାଲି ଖର୍ଚ୍ଚ କଲେ ଆଉ ୫୦୦ ଟଙ୍କା ବୋନସ୍‌ ହିସାବରେ ମିଳିବ।ଡିଜିଟାଲ ବ୍ୟବହାର ଉପରେ ସରକାର ପ୍ରୋତ୍ସାହନ ଦେଉଛନ୍ତି ।  ପ୍ରାୟ ୨୫ ଲକ୍ଷ ୧୧ ହଜାର ମହିଳାଙ୍କ ପାଖକୁ ସୁଭଦ୍ରାର ପ୍ରଥମ କିସ୍ତି ଯାଇଛି, ଏବଂ ଏହି ଅର୍ଥ ମହିଳାଙ୍କ ନିଜସ୍ୱ । ମହିଳା ଯେଭଳି ଚାହିଁବେ ଟଙ୍କା ଖର୍ଚ୍ଚ କରି ପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରାୟ ୨୫ ଲକ୍ଷ ୧୧ ହଜାର ମହିଳାଙ୍କ ପାଖକୁ ସୁଭଦ୍ରାର ପ୍ରଥମ କିସ୍ତି ଯାଇଛି, ଏବଂ ଏହି ଅର୍ଥ ମହିଳାଙ୍କ ନିଜସ୍ୱ । ମହିଳା ଯେଭଳି ଚାହିଁବେ ଟଙ୍କା ଖର୍ଚ୍ଚ କରି ପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *