Pratidin TV

Odisha's Digital News Platform

ଅପମାନ ବନିଲା ସଫଳତାର କାରଣ ; ଅଧାବାଟରେ ଗାଡିରୁ ଓହ୍ଲାଇଦେଇଥିଲା ଡ୍ରାଇଭର ଆଜି ନିଜେ ବନିଲେ ‘ଓଲାର ମାଲିକ’

1 min read

ମୁମ୍ବାଇ : କୁହାଯାଏ କଠିନ ପରିଶ୍ରମ ସଫଳତାର ପରିଚୟ ଦେଇଥାଏ । ସେଥିପାଇଁ ଗୋଟିଏ ଅପମାନ ଜଣେ ମାଇକ୍ରୋସପ୍ଟ କମ୍ପାନୀ କର୍ମଚାରୀର ଜୀବନର ମୋଡ଼ ବଦଳାଇ ଦେଲା ।ଆଜ୍ଞା ହଁ ଆମେ ଏଠି କହୁଛୁ ଭାବୀସ ଅଗ୍ରୱାଲ ଜଣେ ଭାରତୀୟ ଉଦ୍ୟୋଗୀ ଏବଂ ଓଲା କ୍ୟାବ୍ସର ସିଇଓ ବା ସହ-ପ୍ରତିଷ୍ଠାତା, ଭାରତର ସବୁଠାରୁ ଲୋକପ୍ରିୟ କ୍ୟାବ ଏଗ୍ରିଗେଟର ଏବଂ ରିଡଶେରିଂ କମ୍ପାନୀ । ଭାବୀସ ଅଗ୍ରୱାଲ ୨୮ ଅଗଷ୍ଟ, ୧୯୮୫ ରେ ଜନ୍ମଗ୍ରହଣ କରିଥିଲେ ଏବଂ ପଞ୍ଜାବର ଲୁଧିଆନାରେ ପାଳିତ ହୋଇଥିଲେ । ସେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବମ୍ବେ – ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।

ଅଗରୱାଲ ୨୦୦୮ ରେ.ସଦ୍ଭ ନାମକ ଏକ ବ୍ଲଗର୍ ଭାବରେ ନିଜର ବ୍ଲଗ୍ ଆରମ୍ଭ କରିଥିଲେ ତାଙ୍କର ବ୍ଲଗ୍ ସବୁ ଭାରତୀୟ ଷ୍ଟାର୍ଟଅପ୍‌, ଟେକ୍‌ନିକ୍ ଜିନିଷ, ଇଭେଣ୍ଟ ଇତ୍ୟାଦି ବିଷୟରେ ମାଇକ୍ରୋସଫ୍ଟ ରିସର୍ଚ୍ଚ ଇଣ୍ଡିଆ ସହିତ ସେ ଏକ ରିସର୍ଚ୍ଚ ଇଣ୍ଟରନେଟ୍ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ସେ ଦୁଇ ବର୍ଷ ପାଇଁ ମାଇକ୍ରୋସଫ୍ଟରେ କାମ କଲେ ।

ଅନଲାଇନ୍ ଭଡା କ୍ୟାବ ସେବାର ଏକ ସାମ୍ରାଜ୍ୟ ଗଠନ ପାଇଁ ମାଇକ୍ରୋସଫ୍ଟ ରିସର୍ଚ୍ଚ ଇଣ୍ଡିଆରେ ଭଲ ବେତନ ଏବଂ ସ୍ଥିର ଚାକିରି ଛାଡି ଅଗରୱାଲ ତାଙ୍କ ଜୀବନର ଏକ ବଡ଼ ବିପଦ ନେଇଥିଲେ । ୨୦୧୧ ରେ, ଭାବୀସ ବନ୍ଧୁ ଅଙ୍କିତ ଭାଟିଙ୍କ ସହିତ ବେଙ୍ଗାଲୁରୁରେ ପ୍ରତିଷ୍ଠା କରିଥିଲେ ଓଲା କମ୍ପାନୀ ଏବଂ ଆନୁଷ୍ଠାନିକ ଭାବରେ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡର ମାଲିକାନା ହୋଇଥିଲେ ଯାହା ତାଙ୍କର ପୂର୍ବ ଉଦ୍ୟମର ପୁନ ବ୍ରାଣ୍ଡିଂ ଥିଲା ।

ଅପମାନ ବଦଳାଇଦେଲା ଜୀବନର ମୋଡ-
ଥରେ ଭାବୀଦ ନିଜ ବନ୍ଧୁମାନଙ୍କ ସହ ବାନ୍ଧିପୁରରୁ ବ୍ୟାଙ୍ଗଲୋର ଯିବା ପାଇଁ ଏକ କ୍ୟାବ୍ ବୁକ୍ କରିଥିଲେ । କିନ୍ତୁ ଅଧାରାସ୍ତାରେ ଡ୍ରାଇଭର ଜଣଙ୍କ ନିଜ ମନ ପରିବର୍ତ୍ତନ କରିଦେଇ ଅଧିକ ଭଡା ଦାବି କରିଥିଲା । ଭାବୀସ ଏବଂ ତାଙ୍କ ବନ୍ଧୁମାନେ ରାଜି ନହେବାରୁ ଡ୍ରାଇଭର ସେମାନଙ୍କୁ ଅଧା ରାସ୍ତାରେ ହିଁ ଛାଡି ଚାଲିଯାଇଥିଲା । ଏହାପରେ ସେମାନେ ବହୁ କଷ୍ଟରେ ବସ୍ ପାଇଥିଲେ । ଏବଇ ସେଥିରେ ହିଁ ପହଞ୍ଚିଥିଲେ ବ୍ୟାଙ୍ଗଲୋରରେ । ଏନେଇ ଭାବୀସ ସେହିଦିନଠାରୁ ଡ୍ରାଇଭରମାନଙ୍କୁ ଏକ ଶିକ୍ଷା ଦେବାପାଇଁ ନିଜର ଯୋଜନା ପ୍ରସ୍ତୁତ କରିଥିଲେ । ଯାହା ପରବର୍ତ୍ତି ସମୟରେ ଓଲା କମ୍ପାନୀକୁ ଜନ୍ମ ଦେଇଥିଲା । ସେ ମୁମ୍ବାଇର ଏକ ଭଡାଘରୁ ସେ ଆରମ୍ଭ କରିଥିଲେ ଓଲାର ଯାତ୍ରା । ଏମିତିକି ଏକ ସମୟରେ ସେ ନିଜେ ଡ୍ରାଇଭର ହୋଇଥିଲେ । କିଛି ବର୍ଷପରେ ସ୍ମାର୍ଟଫୋନର ଲଞ୍ଚ ତାଙ୍କୁ ଅôଦକ ଉର୍ସାହିତ କରିଥିଲା । ଏବଂ ସେ ଓଲାକୁ ଏକ ଆପରେ ପରିବର୍ତ୍ତନ କରି ଲୋକମାନଙ୍କ ସୁବିଧା ପାଇଁ କମ୍ ମୂଲ୍େୟରେ ଛାଡିଥିଲେ । ଏବେ ଭାବୀସ ୫୦୦ ମିଲିୟନ ଡଲାରର ମାଲିକ ଅର୍ଥାତ୍ ୩ ହଜାର ୫୦୦ କୋଟି ଟଙ୍କାର ମାଲିକ ।

ନିଜର ଅପମାନକୁ ଉପଯୁକ୍ତ କ୍ଷେତ୍ରରେ ପୟୋଗ କରି ଆଜି ଜଣେ ସଫଳ ବିଜନେସ୍ ମ୍ୟାନ୍ । ଲକ୍ଷ ଲକ୍ଷ ଟଙ୍କାର ଚାକିରୀ ଛାଡି ଆଜି କୋଟୋ କୋଟି ଟଙ୍କାର ମାଲିକ ଭାବୀସ ଅଗ୍ରୱାଲ ।

Leave a Reply

Your email address will not be published. Required fields are marked *