Pratidin TV

Odisha's Digital News Platform

ସଫଳ ମହିଳା ଉଦ୍ୟୋଗି କମଳିନୀ ; ମାସିକ ରୋଜଗାର ଲକ୍ଷ ଲକ୍ଷ ଟଙ୍କା…

1 min read

ଭୁବନେଶ୍ୱର ; ହଁ ସେ ଆଜିର ନାରୀ , କେବଳ ଘର କଣରେ ବସି ରୋଷେଇ କରିବା ଜାଣେନି ସମୟ ପଡିଲେ ବାହାରେ ଲେଡି ବସ୍ ବି ବନିପାରେ । ହଁ ସେ ନାରୀ କେବଳ ଘରେ ପିଲା ଛୁଆ ଶାଶୂ ଶଶୁର ଓ ସ୍ୱାମୀଙ୍କ କଥା ବୁଝିବା ସହ ସମୟ ପଡିଲେ ସେ ହଜାର ହଜାର କର୍ମଚାରିଙ୍କୁ ମଧ୍ୟ ଚଳାଇପାରେ । ସେଥିପାଇଁ ବୋଧହୁଏ ପୌରାଣୀକ ଯୁଗରେ ମା ଙ୍କ ଅନେକ ରୂପର ବର୍ଣ୍ଣନା କରାଯାଇଛି । ମା ଦୁର୍ଗାଙ୍କଠୁ ଆରମ୍ଭ କରି କାଳି ଯାଏ ନାରୀର ସବୁ ରୂପକୁ ପୁରାଣରେ ଦର୍ଶାଯାଇଛିି ଯେ କିଭଳି ସମୟ ପଡିଲେ ନିଜ ପାଇଁ ତଥା ଆପଣାର ଲୋକ ପାଇଁ ଶସ୍ତ୍ର ଉଠାଇପାରେ ଜଣେ ନାରୀ ।

ସେହିଭଳି ଆଜିର ନାରୀ ମଧ୍ୟ ସଭିଙ୍କ ଉପରେ ଭାରୀ ସାବସ୍ତ୍ୟ ହୋଇଛି । ନିଜକୁ ପ୍ରାମଣ କରିବାକୁ ପୁରୁଷଙ୍କ ସହ ପାଦରେ ପାଦ ମିଶାଇ ଚାଲିଛି । ତାକୁ କାହାର ସହାୟତା ଲୋଡା ନାହିଁ ବୋଲି ପ୍ରମାଣ କରିଦେଖାଇଛି ନାରୀଜାତି । ଆଜି ଆମେ ଏଭଳି ଜଣେ ନାରୀଙ୍କ ବିଷୟରେ କହିବୁ ଯିଏ ଆଜି ପୁରା ନାରୀ ଜାତି ପାଇଁ ପ୍ରେରଣା ପାଲଟିଛି । ୟୁନିଟ୍- ୨ ମାର୍କେଟ ବିଲଡିଂ ମଧ୍ୟରେ ଥିବା ମୃତ୍ୟୁଞ୍ଜୟ ବୁଟିକ୍‌ର ମାଲିକିଆଣୀ କମଳିନୀ ପ୍ରଧାନ । ତେବେ କମଳିନୀ ବିଶିଷ୍ଟ ଆଲୁମିନା ସରକାରୀ ଆଇଟିଆଇ ଭୁବନେଶ୍ୱରର ଜଣେ ପୂର୍ବତନ ଛାତ୍ରୀ ଅଟନ୍ତି । ବର୍ତ୍ତମାନ ତାଙ୍କର ଉଦ୍ୟୋଗୀ ପ୍ରୟାସରେ ହାରାହାରି ମାସିକ ଆୟ ଏକ ଲକ୍ଷ ଟଙ୍କାରୁ ଅଧିକ ଅଟେ । ଯାହା ଏକ ବାରଜଣ କୁଶଳୀ କାରିଗରଙ୍କୁ ନେଇ ଏକ କର୍ମଶାଳାର ପାରଦର୍ଶୀ ପରିଚାଳନା ଦ୍ୱାରା ସହଜ ହୋଇଛି । ବର୍ତ୍ତମାନ ତାଙ୍କ ସଫଳତାରେ ସଭିଏଁ ଖୁସି ହେଉଥିବା ବେଳେ ତାଙ୍କ ସଂଷର୍ଘର କାହାଣୀ କେତେଜଣଙ୍କୁ ଜଣା ? ସବୁ ସଫଳ ମଣିଷ ପଛରେ ଲୁଚି ରହିଥାଏ ତା ସଂଘର୍ଷର କାହାଣୀ ତା ସହ ପରିବାରର ସମର୍ଥନ । ଆମେ ଆଜି ଜାଣିବା ସଫଳ ମହିଳା ଉଦ୍ୟୋଗୀ କମଳିନୀଙ୍କ ବିଷୟରେ । କିଭଳି ଜଣେ ସାଧାରଣ ଟ୍ରେଲର ଦୋକାନୀରୁ ଆଜି ସେ ସଫଳ ଉଦ୍ୟୋଗୀ ବନିପାରିଛନ୍ତି ।

Advertisement

ଏକ ମଧ୍ୟବିତ ପରିବାରର ଝିଅ ହୋଇ କମଳିନୀଙ୍କୁ ଅନେକ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିଥିଲା । ନିଜର ଏକ ଷ୍ଟାର୍ଟଅପ୍ ଆରମ୍ଭ କରିବା ତାଙ୍କ ପାଇଁ ଏତେ ସହଜ ନଥିଲା । ରାସ୍ତାରେ ଅନେକ ବାଧା ବିଘ୍ନ ତା ସହ ପରିବାରର ଆର୍ଥିକ ସ୍ଥିତି । କିନ୍ତୁ ଏସବୁ ଭିତରେ କମଳିନୀ ସବୁ ବାଧା ବିଘ୍ନ ଏଡାଇ ନିଜ ଲକ୍ଷରୁ ନିବୃତ ହୋଇନଥିଲେ । କମଳିନୀଙ୍କ ୬ ଭାଇଭଉଣୀଙ୍କ ମଧ୍ୟରେ ବଡ ଥିଲେ କମଳିନୀ । ଏଥିପାଇଁ ବଡ ପରିବାରର ବୋଝ କେବଳ ବାପାଙ୍କ କାନ୍ଧରେ ଥିବାରୁ ଖୁବ୍ ଶୀଘ୍ର ବାପାଙ୍କୁ ସହାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ ସେ ।

ଭୁବନେଶ୍ୱରର ସରକାରୀ ଆଇଟିଆଇରେ ଉଭୟ ମାନକ ପାଠ୍ୟକ୍ରମ ଏବଂ ଏକ ସପ୍ଲିମେଣ୍ଟାରୀ ଗ୍ରୀଷ୍ମ ପାଠ୍ୟକ୍ରମ ସମାପ୍ତ କରିବା କାମଲିନିଙ୍କ ଦୀର୍ଘ ଦିନର ଆବେଗକୁ ଏକ ବୃତ୍ତିରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଜ୍ୟେଷ୍ଠ ସନ୍ତାନ ଭାବରେ ତାଙ୍କର ସାମର୍ଥ୍ୟରେ, ସେ ପିତାଙ୍କ ସହିତ ପାରିବାରିକ ଦାୟିତ୍ୱ ବାଣ୍ଟିବାକୁ ଏକ ଗଭୀର ଇଚ୍ଛା ରଖିଥିଲେ । ଯାହାକୁ ସେ ଏକ ବଡ କର୍ତ୍ତବ୍ୟ ଭାବି ପାଳନ କରିଥିଲେ । ତେବେ କମଳିନୀ ପ୍ରଥମେ କିଛି ଲୋକଙ୍କୁ ମାଗଣାରେ ବୁଟିକ୍ କାର୍ଯ୍ୟ ଶିଖାଇଥିଲେ , ପରେ ସେହିମାନଙ୍କ ସହ ନିଜର ଏକ ବୁଟିକ୍ ଖୋଲି ସମୃକ୍ତ ଅଞ୍ଚଳରେ ପ୍ରଥମ ମହିଳା ଟ୍ରେଲର ବନିଥିଲେ । କିନ୍ତୁ ଏସବୁ ପରେ ମଧ୍ୟ ତାଙ୍କୁ ଏତେଟା ସଫଳ ମିଳିପାରିନଥିଲା । ଅନେକ ପୁରୁଣା ଟ୍ରେଲର ମାନଙ୍କ ସହ ବରାବର କରିବା ତା ପୁଣି ଭୁବନେଶ୍ୱର ମାର୍କେଟ୍‌ରେ । କିନ୍ତୁ ନିଜର ଅପ୍ରାଣ ଚେଷ୍ଟାବଳରେ ଆଜି ସେ ସବୁକୁ ସତ କରିଦେଖାଇଛନ୍ତି କମଳିନୀ । ଆଜି ତାଙ୍କ ବୁଟିକ୍‌ର ଅନେକ ନାଁ ରହିଛି । ଭୁବନେଶ୍ୱର ମାର୍କେଟ ବିଲଡିଙ୍ଗ୍‌ରେ ଏକ ଜଣାଶୁଣା ବୁଟିକ୍ ଭାବରେ ଛିଡା ହୋଇଛି କମଳିନୀଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଧର୍ଯ୍ୟର ଫଳ । ତେବେ ନିଜ ବାପା ମାଙ୍କ ପାଇଁ ଏକ ଘର ବନାଇବା ସହ କମଳିନୀ ନିଜ ସ୍ୱାମୀଙ୍କୁ ମଧ୍ୟ ସହଯୋଗ କରନ୍ତି ଘର ଚଳାଇବାରେ । ବର୍ତ୍ତମାନ ସେ ନିଜ ପୁଅକୁ ମଧ୍ୟ ସେହି ସରକାରୀ ଆଇଟିଆଇରେ (ଭୁବନେଶ୍ୱର) ରେ ଆଡମିଶନ ଦେଇଛନ୍ତି ଯେଉଁଠାରୁ ସେ ନିଜ କ୍ୟାରିଅର ଆରମ୍ଭ କରି ଆଜି ଜଣେ ମହିଳା ଉଦ୍ୟୋଗୀ ବନିପାରିଛନ୍ତି ।

ତେବେ କମଳିନୀ ନିଜ ସଫଳତାର ଶ୍ରେୟ ନିଜ ବାପାଙ୍କୁ ଦେଇଛନ୍ତି କାରଣ ସେହି ନିଜ ଝିଅ ଉପରେ ଦୃଢ ଭରସା ରଖି ତାଙ୍କୁ ସରକାରୀ ଆଇଟିଆରେ ଭର୍ତ୍ତି କରାଇଥିଲେ । ଯାହାର ଫଳ ଆଜି ଆପଣଙ୍କ ସାମ୍ନାରେ । ଆଉ କମଳିନୀଙ୍କ ଦୃଢ ଇଛାଶକ୍ତି ଯୋଗୁ ଆଜି ସେ ଜଣେ ସଫଳ ମହିଳା ଉଦ୍ୟୋଗୀ ବନିପାରିଥିବା ଯୋଗୁ ତାଙ୍କ ପରିବାର ଅନେକ ଗର୍ବିତ ।

Leave a Reply

Your email address will not be published. Required fields are marked *