ତିନି ଆଙ୍ଗୁଠିରେ ବି ପାସ୍ କଲେ ୟୁପିଏସି ପରୀକ୍ଷା , ଦେଖନ୍ତୁ ଆଇଏସ୍ ସାରିକାଙ୍କ ହୃଦୟବିଦାରକ କାହାଣୀ ..
1 min readଢେଉକୁ ଭୟ କରି ଡଙ୍ଗା ପାରି ହୋଇନଥାଏ, ଚେଷ୍ଟା କରୁଥିବା ବ୍ୟକ୍ତି କେବେ ଅସଫଳ ହୋଇନଥାଏ.. ଏହି ଲୋକବାଣୀଟି ଏହି ଦିବ୍ୟାଙ୍ଗ ଝିଅ ସାରିକା ପାଇଁ ପୁରା ଫିଟ୍ । ତାଙ୍କର ଦୃଢଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରିରୀକ ଅକ୍ଷମତା । ଭଗବାନ ସିନା ତାଙ୍କୁ ଅକାମି କରିଦେଇଛନ୍ତି ହେଲେ ସେ କାହାରି ଉପରେ ବୋଝ ନହେଉ ଆଜି ପାଲଟି ଯାଇଛନ୍ତି ପ୍ରଶାସନିକ ଅଧିକାରୀ । ଶରୀର ସିନା ଅକ୍ଷମତା ହେଲେ ପାଠ ପଢି ଜଣେ ଆଇଏସ ହେବାର ସ୍ୱପ୍ନ ଆଜି ତାଙ୍କୁ ଆଣିଦେଇଛି ସଫଳତା । ଆଜି ତାଙ୍କର ଅକ୍ଷମତା ତାଙ୍କ ସଫଳତା ବାଟରେ କେବେ ବାଧା ସାଜିବାକୁ ଦେଇନଥିଲେ । କେରଳର ବାସିନ୍ଦା ସାରିକା ସେରିବ୍ରଲ ପଲ୍ସି ନାମକ ଏକ ରୋଗରେ ପୀଡିତ । ଯେଉଁଥିରେ ବ୍ୟକ୍ତିର ମାନସିକ କ୍ଷମତା ପ୍ରଭାବିତ ହୋଇଥାଏ ।
ଏହା ସହିତ ମଧ୍ୟ ହଲଚଲ ହେବା ଅତ୍ୟନ୍ତ କଷ୍ଟକର ହୋଇଯାଏ । ଶରୀରର ସ୍ଥିତି ମଧ୍ୟ ଠିକ୍ ରୁହେ ନାହିଁ । ଏହି ରୋଗରେ ପୀଡିତ ବ୍ୟକ୍ତି ଜନ୍ମ ପୂର୍ବରୁ ମଧ୍ୟ ଏହାର ଶିକାର ହୋଇପାରନ୍ତି । ଏହି କଠିନ ରୋଗର ମୁକାବିଲା ସମେତ ସାରିକା UPSC କୁ କ୍ରାକ୍ କରିଛନ୍ତି । ସେ କେବେହେଲେ ଏହା ରୋଗକୁ ତାଙ୍କର ଦୁର୍ବଳ କାରଣ ବନିବାକୁ ଦେଇନଥିଲେ । ରିପୋର୍ଟ ଅନୁଯାୟୀ, ୨୩ ବର୍ଷୀୟା ସାରିକାଙ୍କ ଡାହାଣ ହାତ ସଂପୂର୍ଣ୍ଣ କାମ କରୁନାହିଁ । ଯେଉଁଠାରେ ବାମ ହାତର କେବଳ ତିନୋଟି ଆଙ୍ଗୁଠି କାମ କରେ । ସେ ଅବଶିଷ୍ଟ ଦୁଇ ଆଙ୍ଗୁଠି ବ୍ୟବହାର କରି ଏକ ମୋଟର ଚାଳିତ ହ୍ୱିଲ୍ ଚେୟାର ବ୍ୟବହାର କରି ଚଳ ପ୍ରଚଳ କରନ୍ତି । ଏହି ସଫଳତା ଦେଶର ବାକି ଦିବ୍ୟାଙ୍ଗମାନଙ୍କ ପାଇଁ କୌଣସି ପ୍ରେରଣାଠାରୁ ବି କମ ନୁହେଁ । ଆଉ ଏହି ଶୀର୍ଷରେ ପହଂଚିବା ପାଇଁ ତାଙ୍କୁ ଅନେକ ଚ୍ୟାଲେଜଗୁଡିକର ସାମ୍ନାକରିବାକୁ ପଡିଥିଲା । ଏହା ସତ୍ୱେ ସେ ନିଜ ସ୍ୱପ୍ନକୁ ସାକାର କରି ପ୍ରମାଣ କରିଦେଇଛନ୍ତି କି, ଯଦି ଦୃଢ ଇଚ୍ଛା ଶକ୍ତି ଥିବ ତେବେ ସଫଳତା ଆପେ ଆପେ ଚାଲିଆସିବ ।