ଅନ୍ତର୍ଜାତୀୟ ବାଲୁକା କଳା ଚମ୍ପିଆନସିପ; ରୁଷ ରେ ସ୍ଵର୍ଣ ଜିତିବା ପରେ ସୁଦର୍ଶନ ଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ ..
1 min readସାରା ବିଶ୍ୱରେ ପୁଣି ଥରେ ଭାରତ ନାମକୁ ଉଚ୍ଚ କରିଦେଲେ ଓଡ଼ିଆ ପୁଅ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ରୁଷିଆର ସେଣ୍ଟ ପିଟର୍ସବର୍ଗ ଠାରେ ଆୟୋଜିତ ଆୟୋଜିତ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ସୁଦର୍ଶନ ପଟ୍ଟନାୟକ ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ବାଲୁକାରେ ଭକ୍ତ ବଳରାମ ଦାସଙ୍କ ମୁଣ୍ଡ ଉପରେ ରଥା ରୁଢ ଜଗନ୍ନାଥଙ୍କ ରଥ ତିଆରି କରି ପଦକ ବିଜେତା ହୋଇଛନ୍ତି ।
ଏହି ବାଲୁକା କଳାର ଉଚ୍ଚତା 12 ଫୁଟ ହୋଇଥିବା ବେଳେ ଅନ୍ୟ ପ୍ରତିଯୋଗୀଙ୍କ ଠାରୁ ଏହା ଭିନ୍ନ ଥିଲା । ସୁଦର୍ଶନ ପଟ୍ଟନାୟକ ଙ୍କ ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତିଭା ତାଙ୍କୁ ବ୍ୟକ୍ତିଗତ ଭାବେ ପ୍ରତିଷ୍ଠା ଦେଇଥିବା ବେଳେ ସାରା ଓଡ଼ିଶାକୁ ଗର୍ବିତ କରିଛି। ସେ ଓଡ଼ିଶାର ଓ ସାରା ଦେଶର ଗର୍ବ ଓ ଗୌରବ। ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ବିଜୟୀ ହୋଇ ସେ ବାଲୁକା କଳାରେ ନିଜର ପରାକାଷ୍ଠା ଦେଖାଇ ଚାଲିଛନ୍ତି। ଆଗାମୀ ଦିନରେ ସେ ଆହୁରି ପ୍ରତିଷ୍ଠା ହାସଲ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।