ବାଲୁକା କଳାରେ ପରିବେଶ ସଚେତନତା ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ
1 min readଭୁବନେଶ୍ୱର: ପରିବେଶକୁ ସୁସ୍ଥ ରଖିବା ସହିତ ସମସ୍ତ ପରିବେଶ ନିୟମ ଅବଲମ୍ବନ କରି ଗୋଟିଏ ସ୍ୱାସ୍ଥ୍ୟକର ପରିବେଶ ଗଢ଼ିବା ପରିବେଶ ଦିବସର ମୂଳଲକ୍ଷ୍ୟ । ଜୁନ୍ ୫ ତାରିଖକୁ ବିଶ୍ୱ ପରିବେଶ ଦିବସର ମାନ୍ୟତା ଦିଆଯାଇଛି । ଏହି ଅବସରରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବାଲୁକାକଳା ମାଧ୍ୟମରେ ଶୁଭେଶ୍ଚା ଜଣାଇବା ସହିତ ପୁରୀ ବେଳାଭୂମିକୁ ଆହୁରି ଆକର୍ଷଣିୟ ବନାଇଛି ଏହି କାରୁକାର୍ଯ୍ୟ ।
ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରି ପରିବେଶ ଦିବସ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବାପାଇଁ ଉଦ୍ୟମ କରିଛନ୍ତି । ପରିବେଶର ସଂରକ୍ଷଣ ଓ ଏହାର ଉନ୍ନତି ପାଇଁ ସମସ୍ତେ କାମ କରିବା ଉଚିତ ବୋଲି ସେ ବାର୍ତ୍ତା ଦେଇଛନ୍ତି ।