Pratidin TV

Odisha's Digital News Platform

ଖରାରେ ଲାଗିଲା ନିଆଁ ; ମାର୍କେଟ ମଝିରେ ହଠାତ୍ ଜଳିଲା ବାଇକ୍ …

1 min read

ରାୟଗଡା : ଖରାରେ ବାଇକ୍ ରଖୁଥିଲେ ସାବଧାନ ! ଅଧିକ ତାପମାତ୍ରା ଯୋଗୁ ଇଞ୍ଜିନରେ ଲାଗୁଛି ନିଆଁ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ମାର୍କେଟ ମଝିରେ ଦିନ ବାର ଘଣ୍ଟା ସମୟରେ ଖରାରେ ରଖିଥିବା ବାଇକଟି ହୁତୁ ହୁତୁ ହୋଇ ଜଳି ଯାଇଥିବା ଦେଖିବାକୁ ମିଳିଛି।

ଯାହା ଫଳରେ କିଛି ସମୟ ପାଇଁ ମାର୍କେଟ ବାସୀ ଭୟ ଭିତ ହୋଇଯାଇଥିବା ଜଣା ପଡ଼ିଛି। ବାଇକଟି କାହାର ଏବଂ ରାସ୍ତା ମଝିରେ କିଏ ଆଣି ରଖିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନଥିବା ବେଳେ ଘଟଣା ସ୍ଥଳରେ କଲ୍ୟାଣସିଂହପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିଲେ । କିନ୍ତୁ ସେତେବେଳକୁ ବାଇକ୍‌ଟି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *