Pratidin TV

Odisha's Digital News Platform

ମଝି ରାସ୍ତାରେ ହଠାତ୍ ଜଳିଉଠିଲା ଚଳନ୍ତା ସ୍କର୍ପିଓ …

1 min read

ବାଲେଶ୍ଵର : ରାସ୍ତା ମଝିରେ ଜଳିଗଲା ସ୍କର୍ପିଓ। ବାଲେଶ୍ଵର ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପଡା ନିକଟରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା ।

ସୂଚନା ଅନୁଯାୟୀ ସ୍କର୍ପିଓଟି ବାଲେଶ୍ଵର ଅଭିମୁଖେ ଆସୁଥିବାବେଳେ ଖନ୍ତାପଡା ନିକଟରେ ହଠାତ ଆଗ ଇଞ୍ଜିନ ପଟୁ ଧୁଆଁ ବାହାରି ଜଳିବାକୁ ଲାଗିଥିଲା । ଡ୍ରାଇଭରର ଉପସ୍ଥିତି ବୁଦ୍ଧି ଯୋଗୁ ଚଳନ୍ତା ସ୍କର୍ପିଓରୁ ସମସ୍ତେ ଓହ୍ଲାଇ ପଡିଥିଲେ। ଏହା ପରେ ସ୍ଥାନୀୟ ଲୋକ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ଏବଂ ତା ସହ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ ।

Advertisement

ତେବେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ସ୍କର୍ପିଓଟି ଜଳି ପୂରା ନଷ୍ଟ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *