Pratidin TV

Odisha's Digital News Platform

ସହିଦ ଯବାନଙ୍କ ପିତାମାତାଙ୍କ ଯନ୍ତ୍ରଣା; ଦୁନିଆରୁ ଚାଲିଗଲା ପୁଅ, କୀର୍ତ୍ତି ଚକ୍ର ନେଇଗଲା ବୋହୂ, ପାଖରେ ରହିଗଲା କେବଳ ଫଟୋ

1 min read

କ୍ୟାପଟେନ ଅଂଶୁମାନ ସିଂଙ୍କ କୀର୍ତ୍ତି ଚକ୍ରକୁ ବୋହୂ ନେଇ ଯାଇଛନ୍ତି ବୋଲି ଅଭିଯୋଗ ଆଣିଲେ ଶ୍ୱଶୁରଘର | କ୍ୟାପଟେନ ଅଂଶୁମାନ ସିଂଙ୍କ ପିତାମାତା ଦାବି କରିଛନ୍ତି ଯେ ସେମାନଙ୍କ ବୋହୂ ସ୍ମୃତି ତାଙ୍କ ପୁତ୍ରଙ୍କୁ ସରକାର ଦେଇଥିବା କୀର୍ତ୍ତି ଚକ୍ରକୁ ଗୁରୁଦାସପୁରସ୍ଥିତ ତାଙ୍କ ଘରକୁ ନେଇଯାଇଛନ୍ତି। ତାଙ୍କର ଫଟୋ ଆଲବମ୍, ପୋଷାକ ଏବଂ ଅନ୍ୟାନ୍ୟ ସ୍ମୃତି ସହିତ ସେ ତାଙ୍କ ପୁଅର କୀର୍ତ୍ତି ଚକ୍ରକୁ ବି ନେଇକି ପଳାଇଛନ୍ତି।

ସୂଚନା ଅନୁଯାୟୀ, ଗତ ବର୍ଷ ଜୁଲାଇରେ ସିଆଚେନରେ ଅଗ୍ନିକାଣ୍ଡ ଘଟଣାରେ ସହିଦ ହୋଇଥିବା କ୍ୟାପଟେନ ଅଂଶୁମାନ ସିଂ | ଚଳିତ ବର୍ଷ ରାଷ୍ଟ୍ରପତି ଭବନରେ ସମ୍ମାନ ସମାରୋହରେ ରାଷ୍ଟ୍ରପତି ଅଂଶୁମାନ ସିଂ ଙ୍କ ପତ୍ନୀ ସ୍ମୃତିକୁ କୀର୍ତ୍ତି ଚକ୍ର ସମ୍ମାନରେ ସମ୍ମାନିତ କରିଥିଲେ | କିନ୍ତୁ ତାଙ୍କୁ ନେଇ ଅଭିଯୋଗ ଆଣିଛନ୍ତି, ସ୍ମୃତିଙ୍କ ଶ୍ୱଶୁର ଘର |

Advertisement

ତେବେ ଏକ ଗଣମାଧ୍ୟମ ସହ କଥାବାର୍ତ୍ତାରେ କ୍ୟାପଟେନ ଅଂଶୁମାନ ସିଂଙ୍କ ପିତା ରବି ପ୍ରତାପ ସିଂ କହିଛନ୍ତି ଯେ ତାଙ୍କ ବୋହୂ ମଧ୍ୟ ତାଙ୍କ ପୁଅର ସରକାରୀ ଦଲିଲରେ ତାଲିକାଭୁକ୍ତ ସ୍ଥାୟୀ ଠିକଣାକୁ ଲକ୍ଷ୍ନରୁ ଗୁରୁଦାସପୁର କରି ଦେଇଛନ୍ତି, ଯେପରି ତାଙ୍କ ପୁଅର ସମସ୍ତ ସୂଚନା ସେଠାରେ ପହଞ୍ଚିବ।

ସେ ଆହୁରି କହିଛନ୍ତି, “ଆମ ସହମତି ସହ ଅଂଶୁମାନ ତାଙ୍କ ବିବାହ କରିଥିଲା। ଜୁଲାଇ ୧୯, ୨୦୨୩ ମସିହାରେ ଯେତେବେଳେ ଆମେ ଅଂଶୁମାନ ସହିଦ ହେବା କଥା ଜାଣିବା ପରେ ସ୍ମୃତିକୁ ଲକ୍ଷ୍ନୌ ଡାକିଲୁ। ଅନ୍ତିମ ସତ୍କାର ସରିବା ପରେ ସେ ଆମ ସହ ଯିବା ପରିବର୍ତ୍ତେ ଗୁୁରୁଦାସପୁରରେ ରହିବାକୁ କହିଲେ। ସେ ଗୁରୁଦାସପୁର ଯିବା ସହ ଆମ ପୁଅର ସମସ୍ତ ଜିନିଷ ନିଜ ସହ ନେଇ ଚାଲିଗଲେ |”

ଏହାସହ “ଯେତେବେଳେ କୀର୍ତ୍ତି ଚକ୍ର ପ୍ରଦାନ କରାଯାଇଥିଲା, ସେତେବେଳେ ତାଙ୍କ ମା ଏବଂ ପତ୍ନୀ ଏହି ସମ୍ମାନ ଗ୍ରହଣ କରିବାକୁ ଯାଇଥିଲେ। ରାଷ୍ଟ୍ରପତି ମୋ ପୁଅର ବଳିଦାନକୁ କୀର୍ତ୍ତି ଚକ୍ରରେ ସମ୍ମାନିତ କରିଥିଲେ, କିନ୍ତୁ ମୁଁ ଏହାକୁ ଥରେ ଛୁଇଁ ପାରିଲି ନାହିଁ” ବୋଲି ଅଂଶୁମାନଙ୍କ ବାପା ରବି ପ୍ରତାପ ସିଂହ କହିଛନ୍ତି।

ପୁରସ୍କାର ବିତରଣ ସମାରୋହକୁ ମନେ ପକାଇ କ୍ୟାପଟେନ ଅଂଶୁମାନ ସିଂଙ୍କ ମା ମଞ୍ଜୁ କହିଛନ୍ତି, “ଜୁଲାଇ ୫ ତାରିଖରେ ମୁଁ ସ୍ମୃତିଙ୍କ ସହ ରାଷ୍ଟ୍ରିୟ ଭବନରେ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲି। ଯେତେବେଳେ ଆମେ ଇଭେଣ୍ଟ ଛାଡୁଥିଲୁ, ସ୍ମୃତି ମୋ ହାତରୁ କୀର୍ତ୍ତୀ ଚକ୍ର ନେଇଥିଲେ।”

Leave a Reply

Your email address will not be published. Required fields are marked *