Pratidin TV

Odisha's Digital News Platform

ଜେନେରେଟେର ଧୂଆଁ ନେଲା ଜୀବନ : ଶ୍ୱାସରୁଦ୍ଧ ହୋଇ ଦୁଇ ମୃତ, ଜଣେ ଗୁରୁତର..

1 min read

ଗଜପତି : ଆଜି ଶିବରାତ୍ରୀ ଭଳି ବଡ ଦିନରେ ଘଟିଯାଇଛି ଅଘଟଣ । ଜେନେରେଟର୍ ଧୂଆଁ ରେ ଶ୍ୱାସରୁଦ୍ଧ ହୋଇ ଚାଲିଯାଇଛି ୨ ଜୀବନ । ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ବେତାରସିଂ ଗ୍ରାମରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ମୃତକ ମାନେ ହେଲେ ଗଣେଶ ନାୟକ ଏବଂ ଅମ୍ବିକା ନାୟକ, ଅନ୍ୟଜଣେ ଗୁରୁତର ୭ବର୍ଷ ର ଝିଅ ଅମ୍ବିକା ନାୟକ ଚନ୍ଦ୍ରଗିରି ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ପ୍ରକାରେ ଗତକାଲି ରାତିରେ ମାଧବ ନାୟକଙ୍କ ପରିବାରରେ ବିବାହ ଭୋଜି ରେ ଜେନେରେଟର୍ ବ୍ୟବହାର କରାଯାଉଥିବା ବେଳେ ଏହି ଜେନେରେଟର୍ ଟି ଶାନ୍ତି ନାୟକ ଙ୍କ ଘର ପଟେ ମୁହଁ କରି ରଖାଯାଇଥିଲା,ସେହି ଘରେ ମାଧବ ନାୟକ ଓ ଭାଇ ଗଣେଶ ନାୟକ ଓ ୨ ଝିଅ ଶୋଇଥିଲେ । ସକାଳୁ ସେମାନେ ନଉଠିବାରୁ ଘରଲୋକ ତାଙ୍କୁ ଉଠାବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ କୌଣସି ପ୍ରତିକ୍ରିୟା ରଖିନଥିଲେ ।

Advertisement

କାର୍ବନ୍ ମନୋକ୍ସାଇଟ୍ ର ମାତ୍ରା ଅଧିକା ହେବା ଯୋଗୁଁ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ମୃତକ ଦୁଇଜଣ ସମ୍ପର୍କ ରେ ଦାଦା, ଝିଆରୀ ହେବେ ବୋଲି ଜଣାପଡିଛି । ଗୁରୁତର ଝୁମୁରି କୁ ବ୍ରହ୍ମପୁର mkcg ସ୍ଥାନାନ୍ତର କରାଯାଇଥିବା ବେଳେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ପୁରୁସୋତମ ପାଇକ ଘଟଣା ର ତଦନ୍ତ ଜାରି ରଖିଛନ୍ତି

Leave a Reply

Your email address will not be published. Required fields are marked *